fbpx

ଏତିକି ସମୟ ପର୍ଯ୍ୟନ୍ତ ରାଜଧାନୀରେ ବଜାଇ ପାରିବେ ଲାଉଡସ୍ପିକର: ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ରାଜଧାନୀରେ ଲାଉଡସ୍ପିକର ବଜାଇବା ପାଇଁ ଆଗରୁ ହିଁ ନିୟମ ଧାର୍ଯ୍ୟ କରାଯାଇଛି । ସେ ବିବାହ ହେଉ କିନ୍ୱା କୌଣସି ଉତ୍ସବ ହେଉ କେବଳ ରାତି ୧୦ଟା ପର୍ଯ୍ୟନ୍ତ ହିଁ ରାଜଧାନୀରେ ଲାଉଡସ୍ପିକର ବଜାଇବାକୁ ଅନୁମତି ମିଳିଛି । ଏହି ନିୟମକୁ ଏବେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । କିନ୍ତୁ ଏହି ନିୟମ ରାଜଧାନୀର ସମସ୍ତ ଲୋକ କିମ୍ବା ସମସ୍ତ ସ୍ଥାନ ପାଇଁ ପ୍ରଯୁଜ୍ୟ ନାହିଁ ।

ଗୁରୁବାର ଦିନ ରାମଲିଲା ଆୟୋଜନ କରୁଥିବା ବୃହତ୍ତମ ରାମଲିଲା କମିଟିର ଅର୍ଜୁନ କୁମାର, ଚେୟାରମ୍ୟାନ ପୱନ ଗୁପ୍ତା, ଅଙ୍କୁର ଗୋୟଲ ଏବଂ ବ୍ରିଜେଶ ଗୋୟଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସେହି ସମୟରେ କମିଟି ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଲାଉଡ ସ୍ପିକର ବଜାଇବାର ପ୍ରତିବନ୍ଧକ ଉପରେ କହିଥିଲେ ଏବଂ ସମୀର ବ୍ୟବଧାନରେ କିଛି ସମୟ ଅଧିକ ଦେବାକୁ ଦାବି କରିଥିଲେ।

ଲାବକୁଶ ରାମଲିଲା କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଥିଲା ଯେ, ରାଜଧାନୀ ଦିଲ୍ଲୀରେ ରାମଲିଲା ମଞ୍ଚ କରିବା ଏବଂ ଲାଉଡ ସ୍ପିକର ବଜାଇବାର ସମୟ କେବଳ ରାତି ୧୦ ଟା ପର୍ଯ୍ୟନ୍ତ ରହିଛି, ତେବେ ଏହି ସମୟର ଅବଧିକୁ ରାତି ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଏହା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୁରନ୍ତ ରାଜି ହୋଇ କହିଛନ୍ତି ଯେ, ରାମଲିଲାଙ୍କୁ ଦିଲ୍ଲୀରେ ରାତି ୧୨ ଟା ପର୍ଯ୍ୟନ୍ତ ମଞ୍ଚସ୍ଥ କରାଯାଇପାରିବ, ଏହି ସମ୍ପର୍କରେ ସେ ଖୁବ ଶୀଘ୍ର ବିଜ୍ଞପ୍ତି ମଧ୍ୟ ଜାରି କରିବେ । କେବଳ ରାମଲୀଲାରେ ରାତି ୧୨ ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ବଜାଯାଇପାରିବ । ଅନ୍ୟ ଘଟଣା ପାଇଁ ସମୟର ଅବଧିରେ କୌଣସି ପରିବର୍ତ୍ତନର ଅନୁମତି ଦିଆଯାଇ ନାହିଁ ।

 

Get real time updates directly on you device, subscribe now.