fbpx

Live-In Relationରେ ଥିଲେ ଦୁଷ୍କର୍ମ ଅଭିଯୋଗ ଆଣି ପାରିବେନି ବିବାହିତା ମହିଳା: ହାଇକୋର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦୁଇ ଜଣ ବିବାହିତ/ବିବାହିତାଙ୍କ ମଧ୍ୟରେ ଲିଭ ଇନ୍ ସମ୍ପର୍କକୁ ସାଧାରଣତଃ ସମାଜରେ ସ୍ୱୀକାର କରାଯାଏ ନାହିଁ । ଏହି ସମ୍ପର୍କକୁ ମୁଖ୍ୟତଃ ଘୃଣ୍ୟ ନଜରରେ ଦେଖାଯାଇଥାଏ । କିନ୍ତୁ ଏହି ସମ୍ପର୍କ ଏକ ଅପରାଧ ନୁହେଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଅଦାଲତ କହିଛନ୍ତି ଯେ, ଲିଭ-ଇନରେ ରହୁଥିବା ବିବାହିତ ମହିଳା ପରେ ବିବାହର ମିଛ ପ୍ରତିଶ୍ରୁତିରେ ଦୁଷ୍କର୍ମ ଅଭିଯୋଗ କରିପାରିବେ ନାହିଁ । ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ବେଞ୍ଚ ମାମଲାର ଶୁଣାଣି କରୁଥିଲେ ।

ଏଭଳି ଏକ ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର ବିଚାରପତି କହିଛନ୍ତି ଯେ, ସାମାଜିକ ଦୃଷ୍ଟିକେଣରେ ନୈତିକ ଅପରାଧ ଏବଂ ଆଇନଗତ ଅପରାଧ ଉଭୟ ଭିନ୍ନ ମାମଲା ହୋଇଥାଏ । ଦୁଇ ଜଣ ବିବାହିତ/ବିବାହିତାଙ୍କ ମଧ୍ୟରେ ଲିଭ ଇନ୍ ସମ୍ପର୍କକୁ ନେଇ ସମାଜରେ ଆଲୋଚନା ହୋଇପାରେ, କିନ୍ତୁ ଏହା ଆଇନ୍ ଅନୁସାରେ ଅପରାଧ ନୁହେଁ । “ଏଭଳି କାର୍ଯ୍ୟକୁ ଆଇନଗତ ଅପରାଧ ସହ ଯୋଡ଼ିବା ଅନୁଚିତ ହେବ । ନୈତିକତାକୁ ନେଇ ଭିନ୍ନ ଭିନ୍ନ ଧାରଣା ଥାଇପାରେ , କିନ୍ତୁ ଏହାକୁ କୌଣସି ପକ୍ଷ ଉପରେ ଲଦି ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।

ଏହାର ନିଷ୍ପତ୍ତି ନେଇ ନ୍ୟାୟାଳୟ କହିଛନ୍ତି ଯେ, କୌଣସି ବିହିତା ମହିଳା ଆଇନ ଅନୁସାରେ ଅନ୍ୟ ଜଣକ ସହ ବିବାହ କରିପାରିବେ ନାହିଁ । ତେବେ ଯଦି ସେ ଲିଭ-ଇନରେ ରହୁଛନ୍ତି, ତେବେ ବିବାହର ମିଛ ପ୍ରତିଶ୍ରୁତିରେ ଦୁଷ୍କର୍ମର ଅଭିଯୋଗ ମଧ୍ୟ କରିପାରିବେ ନାହିଁ । ପୀଡ଼ିତାଙ୍କୁ ଆଇପିସି ଧାରା ୩୭୬ ଅନୁସାରେ କୌଣସି ସୁରକ୍ଷା ଦିଆଯିବ ନାହିଁ । ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବ୍ୟକ୍ତିଗତ ବୟସ୍କମାନେ ନିଷ୍ପତ୍ତି ନେବାକୁ ମୁକ୍ତ, ଯଦିଓ ଏପରି ନିଷ୍ପତ୍ତି ସାମାଜିକ ଆଦର୍ଶ କିମ୍ବା ଆଶା ସହିତ ମେଳ ଖାଉ ନାହିଁ। ତଥାପି ସେମାନଙ୍କୁ ଏପରି ସମ୍ପର୍କର ସମ୍ଭାବ୍ୟ ପରିଣାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

Get real time updates directly on you device, subscribe now.