fbpx

ମଇଁଷି ବିରୋଧରେ FIR, ମଇଁଷିକୁ ଗିରଫ କଲା ପୋଲିସ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଶହଡୋଲରୁ ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ମଇଁଷି ନାଁରେ ମାମଲା ରୁଜୁ ହୋଇଛି । କିନ୍ତୁ ପୋଲିସ ପ୍ରଥମେ ମଇଁଷିକୁ ଗିରଫ କରିଥିଲା, ଏହା ପରେ ମଇଁଷିକୁ ତାର ମାଲିକକୁ ହସ୍ତାନ୍ତର କରିଥିଲେ । ଏହି ମାମଲା ଏମପିର ଶହଡୋଲ ଜିଲ୍ଲାରେ ଥିବା ଗୋହପୁର ଥାନା ଅଞ୍ଚଳରେ ଥିବା ଅସବରୀ ଗ୍ରାମରେ ଘଟିଛି । ସୂଚନା ଅନୁସାରେ ଗୋଟିଏ ମଇଁଷି ଆକ୍ରମଣରେ ସେହି ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ମୃତକଙ୍କ ପରିବାର ଲୋକ ସେହି ମଇଁଷି ନାରେ ଥାନାରେ ଅଭିଯୋଗ କରିଥିଲେ ।

ଏହା ପରେ ପୋଲିସ ସେହି ମଇଁଷିର ମାଲିକ ବିରୋଧରେ ମାମଲା ରୁଜୁ କରିଥିଲେ । ପୋଲିସ ମଇଁଷିକୁ କାବୁ କରି ତାର ମାଲିକରୁ ହସ୍ତାନ୍ତର କରିଥିଲା । ତେବେ ଗୋପରୁ ଥାନା ଅଞ୍ଚଳରେ ରହୁଥିବା ଶିବମ ସିଂ ତାଙ୍କ ଘର ପାଖରେ ଛିଡା ହୋଇଥିଲେ । ଏହା ପରେ ପଡିଶାରେ ରହୁଥିବା ସୋମ ଲାଲ ସିଂ ମଇଁଷି ନେଇ ଜଙ୍ଗଲକୁ ଚରାଇବାକୁ ଯାଉଥିଲେ । ସେହି ମଇଁଷି ମାନଙ୍କ ମଧ୍ୟରୁ ଗୋଟିଏ ମଇଁଷି ଅଚାନକ ଆସି ଶିବମ ସିଂଙ୍କ ଉପରେ ଆକ୍ରମଣ କରିଥିଲା ଏହା ପରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କ ଡାକ୍ତରଖାନା ନିଆଯାଇଥିଲା ସେଠାରେ ତାଙ୍କ ଚିକିତ୍ସା ଚାଲୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ପରେ ମୃତକଙ୍କ ପରିବାର ଲୋକ ରାଗିଯାଇ ମଇଁଷି ବିରୋଧରେ ମାମଲା ରୁଜୁ କରିଥିଲେ । ପୋଲିସ ମଧ୍ୟ ମଇଁଷିକୁ କାବୁ କରି ତା’ର ମାଲିକକୁ ଦେଇଥିଲା । ଏହା ପରେ ପୋଲିସ ମାଲିକ ବିରୋଧରେ ୩୦ଏ,୨୮୯,୨୦୧ଧାରା ଲାଗୁ କରିଛି । ଏହି ମାମଲାରେ ଏସିପି କହିଛନ୍ତି, “ଜଣେ ବ୍ୟକ୍ତିଙ୍କ ପାଳିତ ପଶୁ ଅନ୍ୟ ଜଣେ ଲୋକକୁ ମାରି ଦେଇଛି ଆମେ ଏହା ଉପରେ ତଦନ୍ତ ଜାରି ରଖିଛୁ ।”

Get real time updates directly on you device, subscribe now.