fbpx

INDIA ଓ NDAର କଡା ଟକ୍କର ଭିତରେ NDAରେ ସାମିଲ ହେଲା ଜେଡିଏସ ଦଳ

ଓଡିଶା ଭାସ୍କର; INDIA ଓ NDAର କଡା ଟକ୍କର ଭିତରେ NDAରେ ସାମିଲ ହେଲା ଜେଡିଏସ ଦଳ। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତା’ର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସକୁ ଚ୍ୟାଲେଞ୍ଜ ଦେବାକୁ ଏନଡିଏ ପ୍ରାୟ ସମସ୍ତ ରାଜ୍ୟ ଉପରେ ଫୋକସ ରଖିଥିବା କୁହାଯାଉଛି । ତେବେ ଏହାରି ଭିତରେ ଏନଡିଏ ଦଳ ତା’ର ଶକ୍ତି ବୃଦ୍ଧି କରିବା ଲାଗି ଏଚଡି କୁମାରସ୍ୱାମୀଙ୍କ ଜନତା ଦଳ ସେକୁଲାର ବା ଜେଡିଏସକୁ ମେଣ୍ଟରେ ସାମିଲ କରିଛି । ଏନଡିଏରେ ଜେଡିଏସ ଦଳ ସାମିଲ ହେବାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଜେଡିଏସ ଏନଡିଏ ସହ ମିଶି ନିର୍ବାଚନ ଲଢ଼ିବ ।

ବିଜେପି ପାଇଁ ଜେଡିଏସ ସହ ମିଶ୍ରଣ ଏକ ଭଲ ସୂଚନା । କାରଣ କର୍ଣ୍ଣାଟକରେ ଜେଡିଏସ ଏକ ମଜବୁତ ପାର୍ଟି । ଦକ୍ଷିଣାଞ୍ଚଳ ରାଜ୍ୟରେ ଜେଡିଏସର ସ୍ଥିତି ବହୁତ ସୁଦୃଢ଼ ରହିଛି । ଚଳିତ ବିଧାନସଭାରେ କର୍ଣ୍ଣାଟକରେ ବିଜେପିର ଯେଭଳି ଶୋଚନୀୟ ପରାଜୟ ହେଲା, ସେ ଦୃଷ୍ଟିରୁ ଏନଡିଏ ସହ ଜେଡିଏସର ମିଶ୍ରଣ ବିଜେପି ପାଇଁ ଏକ ବଡ଼ ସୁଯୋଗ ଆଣି ଦେବ । ଏହା ସହ ଏନଡିଏରେ ଶକ୍ତି ବଢିଥିବା କଥା ମଧ୍ୟ ସେ କହିଛନ୍ତି ।

ସୂଚନା ଥାଉକି, ଦିଲ୍ଲୀରେ ଜେଡିଏସ ନେତା ଏଚ ଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହାପରେ ଜେଡିଏସକୁ ଏନଡିଏ ମେଣ୍ଟରେ ସାମିଲ କରାଯାଉଛି । ପୂର୍ବରୁ ମଧ୍ୟ ବିଜେପି ଓ ଜେଡିଏସ ମଧ୍ୟରେ ମେଣ୍ଟ ଥିଲା । ହେଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଜେଡିଏସ ବିଜେପି ଠାରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢିଥିଲା । ଫଳରେ ଜେଡିଏସ ଓ ବିଜେପି ଉଭୟଙ୍କୁ କଂଗ୍ରେସ ଝଟକା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ଜେଡିଏସ ଓ ବିଜେପି ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

 

Get real time updates directly on you device, subscribe now.