fbpx

ଧାର୍ଯ୍ୟ ହେଲା ବସ୍‍ ପାର୍କିଂ ଦର: ଜାଣନ୍ତୁ କେତେ ଦେବାକୁ ପଡିବ ଦେୟ

କଟକ: କଟକ ନେତାଜୀ ବସ୍‍ ଟର୍ମିନାଲରେ ବସ୍‍ ଗୁଡ଼ିକ ପାଇଁ ନୂଆ ଦେୟ ଧାର୍ଯ୍ୟ କରାଯାଇଛି । ଏକଘଣ୍ଟାରୁ ୬ ଘଣ୍ଟା ପର୍ଯ୍ୟନ୍ତ ଟର୍ମିନାଲ୍‍ରେ ବସ୍‍ ରହଣି ପାଇଁ ୫୦ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୭୫ ଟଙ୍କା ଏବଂ ୧୨ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ରହଣି ପାଇଁ ୧୫୦ ଟଙ୍କା ଦେବାକୁ ପଡ଼ିବ । ଏହି ନିୟମ ଆସନ୍ତା ଅକ୍ଟୋବର ୨ ରୁ ଲାଗୁ କରାଯିବ ବୋଲି କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏହି ବସ ଟର୍ମିନାଲରେ ଡ୍ରାଇଭର ଏବଂ ବସ୍‌ର ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଓ ବସ୍‌ ରହଣି ସ୍ଥାନ ରହିଛି । ଯାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ବସ୍‌ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ୨୦ଟି ‘ମୋ ବସ୍‌’ ସହ ମୋଟ ୧୯୧ଟି ବସ୍‌ ମଧ୍ୟ ରହଣୀର ସୁବିଧା ରହିଛି। କଟକ ମହାନଗର ନିଗମ ପକ୍ଷରୁ ପୂର୍ବରୁ କୁହାଯାଇଛି ଯେ, ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ ୬-ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ। ତେବେ ଏହି କାର୍ଯ୍ୟକୁ ଚଳିତବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି।

Get real time updates directly on you device, subscribe now.