fbpx

ଋତୁ ଅନୁସାରେ ବଳାଏ ରଙ୍ଗ : ଆସନ୍ତୁ ଜାଣିବା କ’ଣ ରହିଛି ଏହି ନଦୀର ରହସ୍ୟ

ପ୍ରକୃତିର ଲୀଳା ଅପାର । ପ୍ରକୃତି କୋଳରେ ଅନେକ ରହସ୍ୟର ପରଦା ଅଛି । ଏହି ରହସ୍ୟରେ ମଣିଷ ଅଭିଭୂତ ହେଉଛି । ପ୍ରକୃତି ରହସ୍ୟର ପରଦା ଆଡଉ ଆଡଉ ଅନେକ ଯୁଗ ବିତି ଯାଉଛି । ଆମ ପୃଥିବୀରେ ଏପରି ଏକ ସ୍ଥାନ ରହିଛି ଯାହାକୁ ଦେଖିଲେ ସମସ୍ତଙ୍କ ମନ ଖୁସି ହୋଇଯାଉଛି । ଏହା କଲମ୍ବିଆରେ ଥିବା କାନୋ ର୍କିଷ୍ଟାଲ୍ସ ନଦୀ ଅଟେ । ଏହି ନଦୀ ଋତୁ ଅନୁଯାୟୀ ରଙ୍ଗ ବଦଳି ଥାଏ । ଏହି ନଦୀ କେତେବେଳେ ସବୁଜ ତ କେତେବେଳେ ନାରଙ୍ଗୀ , କେତେବେଳେ ଲାଲ ତ କେତେବେଳେ ନୀଳ ଭଳି ରଙ୍ଗ ଧାରଣ କରେ ।

ସୂଚନା ଯୋଗ୍ୟ ଯେ, ଋତୁ ଅନୁଯାୟୀ ରଙ୍ଗ ବଦଳୁଥିବା ଏହି ନଦୀକୁ ଲିକ୍ୱିଡ ରେନବୋ ବୋଲି ମଧ୍ୟ କୁହାଯାଏ । ଏହା ବିଶ୍ୱର ସୁନ୍ଦରତମ ନଦୀଙ୍କ ମଧ୍ୟରେ ଅନ୍ୟତମ ଅଟେ । ନଦୀର ରଙ୍ଗ ପରିବର୍ତ୍ତନ ଜୁନ ମାସରୁ ଡିସେମ୍ବର ମାସ ଭିତରେ ହୋଇଥାଏ । ଏହି ନଦୀଟି ପ୍ରାୟ ୩୦ କିଲୋମିଟର ପର୍ଯ୍ୟନ୍ତ ପ୍ରଭାହିତ ହେଉଛି । ଏକ ରିପୋର୍ଟରୁ ଜଣା ପଡିଛି ଯେ, ପ୍ରକୃତରେ ମାକାରେନିଆ କ୍ଲାଭିଗେରା ନାମକ ନଦୀରେ ଏକ ଗଛ ଥିବା ଯୋଗୁଁ କନୋ କ୍ରିଷ୍ଟାଲ୍ସର ରଙ୍ଗ ଋତୁ ଅନୁଯାୟୀ ବଦଳିବା ଭଳି ଲାଗିଥାଏ । ବର୍ଷା ଓ ଶୀତ ଦିନରେ ନଦୀର ପାଣି ଉପରେ ସ୍ଥାନ ସ୍ଥାନରେ ଭାସୁଥରବା ଏହି ଗଛ ଲାଲ ରଙ୍ଗ ଧାରଣ କରେ । ସେହିପରି ଅନ୍ୟ ଦିନରେ କେତେବେଳେ ଏହା ସବୁଜ ତ କେତେବେଳେ ଏହା ନରଙ୍ଗୀ ଓ ହଳଦୀଆ ରଙ୍ଗ ହୋଇଯାଏ । ଏଥି ଯୋଗୁଁ ଏହି ନଦୀର ରଙ୍ଗ ପରିବର୍ତ୍ତନ ହେବା ଭଳି ଦେଖା ଯାଏ ।

ପର୍ଯ୍ୟଟକମାନେ ଖୁବ ଆନ୍ଦର ସହ ଏଠାରେ ଭ୍ରମଣ କରନ୍ତି । ସୂଚନା ମିଳିଛି ଏଠାରେ କିଛି ସ୍ୱତନ୍ତ୍ର ନିୟମ ରହିଛି, ସେଥି ମଧ୍ୟରୁ ଗୋଟିଏ ହେଲା, ଗୋଟିଏ ଦିନରେ ଏଠାକୁ ୨୦୦ରୁ ଅଧିକ ପର୍ଯ୍ୟଟକ ଯାଇ ପାରିବେ ନାହିଁ । ନଦୀକୁ ଦେଖିବା ପାଇଁ ଏକା ଥରରେ ୭ଜଣଙ୍କୁ ହିଁ ଛଡାଯାଏ ।

Get real time updates directly on you device, subscribe now.