fbpx

କୋର୍ଟର ନିଷ୍ପତ୍ତି ମଧ୍ୟ ସରଳ ଭାଷାରେ ହେବା ଉଚିତ, ଯାହା ଦ୍ୱାରା ଲୋକମାନେ ବୁଝିବେ ଓ ଉଲ୍ଲଂଘନକୁ ଏଡାଇ ପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନଗତ ଶୁଣାଣି ସମୟରେ ସରଳ ଭାଷାର ବ୍ୟବହାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ, ଯାହାଫଳରେ ସାଧାରଣ ଲୋକମାନେ ଏହାକୁ ସହଜରେ ବୁଝିପାରିବେ । ସେପ୍ଟେମ୍ବର ୨୪ ରବିବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ, ଆଇନ ସରଳ ଭାଷାରେ ଥିବାରୁ ଲୋକମାନେ ଚତୁରତାର ସହ ନିଷ୍ପତ୍ତି ନେବେ ଏବଂ କୌଣସି ପ୍ରକାର ଉଲ୍ଲଂଘନକୁ ଏଡାଇ ପାରିବେ । ନିୟମ ଆମର ଦୈନନ୍ଦିନ ଜୀବନର ଏକ ଅଂଶ, ଏହା ଆମକୁ ନିୟନ୍ତ୍ରଣ କରେ । ତେଣୁ ତାହାର ଭାଷା ସହଜ ହେବା ଉଚିତ୍ ।

ଆନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀରେ ଜଷ୍ଟିସ ସଞ୍ଜୀବ ଖନ୍ନା ତାଙ୍କ ଅଭିଭାଷଣରେ ଏହି ମନ୍ତବ୍ୟ ଦେଇଛନ୍ତି । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଜଷ୍ଟିସ୍ ଖନ୍ନା ଏହା ମଧ୍ୟ କହିଛନ୍ତି ଯେ, ଏହା ଆମର ବିତର୍କ ଏବଂ ନିଷ୍ପତ୍ତି ପାଇଁ ମଧ୍ୟ ପ୍ରଯୁଜ୍ୟ । ଆଇନ ଏକ ପଜଲ୍ ଯାହା ସମାଧାନ ଆବଶ୍ୟକ କରେ? ବିବାଦର ସମାଧାନ ପାଇଁ ଆଇନଗୁଡ଼ିକ ଉଦ୍ଦିଷ୍ଟ, ନିଜେ ବିବାଦୀୟ ହେବା ପାଇଁ ନୁହେଁ । ଆଇନ ଦେଶର ନାଗରିକଙ୍କ ପାଇଁ ରହସ୍ୟ ହେବା ଉଚିତ ନୁହେଁ ।

ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ, ମକଦ୍ଦମା ତଥା ଆଇନ ବୃତ୍ତିର ବ୍ୟବସାୟ ଏକ ଚିନ୍ତାର ବିଷୟ । ମକଦ୍ଦମା ଖର୍ଚ୍ଚ ବୃଦ୍ଧି ଏବଂ ଆଇନଜୀବୀଙ୍କ ମନମୁଖୀ ଶୁଳ୍କ ହେତୁ ଅନେକ ଲୋକ ନ୍ୟାୟ ପାଆନ୍ତି ନାହିଁ । ନ୍ୟାୟ ପଥରେ ଏହା ଏକ ବଡ଼ ପ୍ରତିବନ୍ଧକ । ଆମକୁ ନିଶ୍ଚିତ କରିବାକୁ ହେବ ଯେ ନ୍ୟାୟ ସମସ୍ତଙ୍କ ପାଇଁ ସୁଲକ ରହୁ । ଏହି ବୃତ୍ତି ସହିତ ଜଡିତ ବ୍ୟକ୍ତିମାନେ ଆତ୍ମନିରୀକ୍ଷଣ କରିବା ଉଚିତ୍ ।

Get real time updates directly on you device, subscribe now.