fbpx

ଫୋନରେ କାହିଁକି ବାମପଟେ ରୁହେ କ୍ୟାମେରା ? ଆସନ୍ତୁ ଜାଣିବା ଏହାର କ’ଣ ରହିଛି କାରଣ

ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ପ୍ରାୟ ୯୫% ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଆପଣ ଦେଖିଥିବେ ଅଧିକାଂଶ ସ୍ମାର୍ଟ ଫୋନରେ ବାମପଟରେ କ୍ୟାମେରା ରୁହେ । ଏହାକୁ ଦେଖି ଅନେକଙ୍କ ମନରେ ନିଶ୍ଚୟ ପ୍ରଶ୍ନଟେ ଉଙ୍କି ମାରିଥିବ । କେତେକ କମ୍ପାନୀ ଫୋନର ବାମ ସାଇଟରେ କ୍ୟାମେରା ରଖନ୍ତି ଅନ୍ୟ କେତେକ ଫୋନର ମଝିରେ କ୍ୟାମେରା ରଖନ୍ତି । କୁହାଯାଉଛି ଯେ ଏଭଳି କ୍ୟାମେରା ରଖିବାର ଏକ ବଡ଼ କାରଣ ରହିଛି । ଏହି ବିଷୟରେ ସ୍ମାର୍ଟ ଫୋନ ନୁର୍ମାତା ବହୁତ ଭଲ ଭାବରେ ଜାଣିଛନ୍ତି । ତେବେ ଆପଣ ମାନେ ବି ଜାଣି ନିଅନ୍ତୁ ଏହାର ମୁଖ୍ୟ କାରଣ –

ସୂଚନାଯୋଗ୍ୟ ଯେ, ଫୋନର ବାମ ପଟେ କ୍ୟାମେରା ରହିବା ଦ୍ୱାରା ବ୍ୟବହାରକାରୀଙ୍କୁ ଫଟୋ ଏବଂ ଭିଡିଓ କ୍ୟାପଚର କରିବାରେ ସହଜ ହେବ । ଏହା ବ୍ୟତୀତ ବାମ ହାତରେ ଫୋନକୁ ଧରିବା ସହଜ ହୋଇଥାଏ, କ୍ୟାମେରାକୁ ତୁରନ୍ତ ଏବଂ ସହଜରେ ବ୍ୟବହାର କରି ପାରିବା ।

କିଛି ସ୍ମାର୍ଟଫୋନ୍ ମଡେଲ୍ ବିଭିନ୍ନ ଫଟୋଗ୍ରାଫି ମୋଡ୍, ଫିଲ୍ଟର୍, ଇଫେକ୍ଟ ଏବଂ ଫିଚର ଦେଇଥାଏ ଯାହା ୟୁଜରମାନଙ୍କୁ ଭଲ ଫଟୋ ଏବଂ ଭିଡିଓ ତିଆରି କରିବାରେ ସାହାଯ୍ୟ କରେ । ଏହି ମୋଡ୍‌ର ବ୍ୟବହାର କରିବା ସମୟରେ ଲେଫ୍ଟ ସାଇଡରେ ଥିବା କ୍ୟାମେରାର ଉପସ୍ଥିତି ୟୁଜରଙ୍କୁ ସୁବିଧା ଦେଇଥାଏ ।

ଭିଡିଓ କଲ ଏବଂ ସେଲଫି ନେବା ପାଇଁ ସ୍ମାର୍ଟଫୋନ୍ ୟୁଜରମାନେ ସାଧାରଣତଃ ଫୋନର କ୍ୟାମେରା ବ୍ୟବହାର କରନ୍ତି । ଏହାଦ୍ୱାରା ୟୁଜରମାନଙ୍କୁ ଅଧିକ ସୁବିଧା ମିଳିଥାଏ ।

ଫୋନର ଡିଜାଇନ ଏବଂ ଟେକନିକ୍‌ ସମ୍ବନ୍ଧୀୟ କାରଣ ପାଇଁ କ୍ୟାମେରାକୁ ଲେଫ୍ଟ ସାଇଡରେ ଇନଷ୍ଟଲ୍‌ କରାଯାଇଛି । ଏହା ଦ୍ୱାରା ୟୁଜରଙ୍କୁ ଆହୁରି ଉନ୍ନତ ଟେକ୍ନୋଲୋଜି ମିଳିଥାଏ । ବାମପଟ କ୍ୟାମରା ଥିବା ଫୋନ ଉନ୍ନତ ଫିଚର ପ୍ରଦାନ କରିଥାଏ ।

ଏହି ସବୁ କାରଣ ପାଇଁ ସ୍ମାର୍ଟଫୋନର କ୍ୟାମେରା ଲେଫ୍ଟ ସାଇଡରେ ଇନଷ୍ଟଲ କରିବାର ନିଷ୍ପତ୍ତି ନିଆଯାଇଥାଏ । ଯାହା ଦ୍ୱାରା ୟୁଜରମାନେ ଭଲ ଫଟୋ ଏବଂ ଭିଡିଓ ତିଆରି କରିବା ବେଳେ କ୍ୟାମେରା ଠିକ ଭାବରେ ସପୋର୍ଟ ପ୍ରଦାନ କରିପାରିବ ।

Get real time updates directly on you device, subscribe now.