fbpx

ଓଡ଼ିଆ ଫ୍ୟାନଙ୍କ ମନର କଥା ବୁଝିଲେ ବଲିଉଡ୍ ଷ୍ଟାର: ଫୁଲବାଣୀର ରିଣ୍ଟୁନଙ୍କ ନିକଟକୁ ଜନ୍ମଦିନ ଉପହାର ପଠାଇଲେ ସୁନିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫିଲ୍ମ ଷ୍ଟାର ଓ କ୍ରିକେଟରଙ୍କର ଦେଶ ଓ ବିଦେଶରେ ଅଗଣିତ ପ୍ରଶଂସକ ରହିଥାନ୍ତି । ସେଲିବ୍ରେଟିଙ୍କ ପ୍ରେମରେ ଅନେକ ଫ୍ୟାନ ଏତେ ପାଗଳ ହୋଇଥାନ୍ତି ଯେ ଅନେକ ନିଜ ପସନ୍ଦର ଷ୍ଟାରଙ୍କ ପରି କେଶ କାଟିବା ସହିତ ଡ୍ରେସ ମଧ୍ୟ ପିନ୍ଧିଥାନ୍ତି । ଅନୁରୂପ ଭାବେ ଷ୍ଟାରମାନେ ମଧ୍ୟ ନିଜର ଫ୍ୟାନ ଫଲୋଇଙ୍ଗ ବଢ଼ାଇବା ପାଇଁ କିଛି ବି କରିବାକୁ ପଛାଇ ନଥାନ୍ତି । ଅନେକ ସମୟରେ ବଡ଼ ବଡ଼ ସେଲିବ୍ରେଟି ସର୍ବସାଧାରଣଙ୍କ ସହିତ ଖାଇବା ସହିତ ସାଧାରଣ ଟ୍ରେନ ଓ ବସରେ ଯାତ୍ରା ମଧ୍ୟ କରିଥାନ୍ତି ।
ତେବେ ଏହା ମଧ୍ୟରେ ଜଣେ ଓଡ଼ିଆ ପୁଅଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଓଡ଼ିଶାର ଜଣେ ଫ୍ୟାନଙ୍କ ନିକଟକୁ ଜଣେ ବଲିଉଡ ଷ୍ଟାର ଜନ୍ମଦିନର ଉପହାର ପଠାଇଛନ୍ତି । ଫୁଲବାଣୀ ସହରର କେନ୍ଦୁପଦର ନିବାସୀ ରିଣ୍ଟୁନ ନାୟକଙ୍କ ପାଖକୁ ବଲିଉଡ ଅଭିନେତା ସୁନିଲ ଶେଟ୍ଟି ପଠାଇଛନ୍ତି ମେଟାମ୍ୟାନ ବ୍ରାଣ୍ଡର ଅଳଙ୍କାର ଉପହାର । ସୁନିଲ ଶେଟ୍ଟି ଫ୍ୟାନ କ୍ଲବର ସଦସ୍ୟ ରିଣ୍ଟୁନଙ୍କ ସୁନିଲଙ୍କ ଉପହାର ପାଇଁ ବେଶ୍ ଖୁସି ହୋଇଯାଇଛନ୍ତି ।

ସୂଚନା ମୁତାବକ, କୋଭିଡ-୧୯ ମହାମାରୀ ସମୟରେ ଅନେକ ସେଲିବ୍ରେଟୀ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସୁନିଲ ମଧ୍ୟ ଏପରି କିଛି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୁନିଲଙ୍କ ପକ୍ଷରୁ ଚାଲିଥିବା ସହାୟତା କାର୍ଯ୍ୟକ୍ରମରେ ରିଣ୍ଟୁନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ପରବର୍ତ୍ତୀ ସମୟରେ ସୁନିଲ ରିଣ୍ଟୁନଙ୍କୁ ମୁମ୍ବାଇ ନିମନ୍ତ୍ରଣ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶାରୁ ଏକମାତ୍ର ବ୍ୟକ୍ତି ଭାବେ ରିଣ୍ଟୁନ ଏଭଳି ସୌଭାଗ୍ୟ ପାଇଥିଲେ । ତେବେ ସୁନିଲଙ୍କ ପରି ଜଣେ ବଲିଉଡ୍ ଅଭିନେତାଙ୍କ ପାଖରୁ ଜନ୍ମଦିନର ଶୁଭେଚ୍ଛା ଓ ଉପହାର ପାଇବା ନିଶ୍ଚିତ ଭାବେ ଜୀବନର ଏକ ବଡ଼ ଉପଲବ୍ଧି ବୋଲି ରିଣ୍ଟୁନ କହିଛନ୍ତି ।

Get real time updates directly on you device, subscribe now.