fbpx

ଫ୍ୟାମିଲି କୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ କଲେ ଅନୁଭବ ମହାନ୍ତି, ପୂର୍ବରୁ ଲେଖିଥିବା ଚିଠିକୁ ସୋସିଆଲ ମିଡିଆରେ କଲେ ପୋଷ୍ଟ

କଟକ : ହାଇକୋର୍ଟର ବିଚାରପତିଙ୍କୁ ଚିଠି ଲେଖିଲେ ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ଏହି ଚିଠି ୧୨ ତାରିଖରେ ଲେଖିଥିଲେ । ଏହି ଚିଠିରେ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅନୁଭବ । ବିଚାରରେ ସ୍ୱଚ୍ଛତା ରଖୁ ନଥିବା ଚିଠିରେ ଅଭିଯୋଗ ହୋଇଥିଲା । ଏବେ ଏହି ଚିଠିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅନୁଭବ । ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏହାକୁ ଅନୁଭବ ପୋଷ୍ଟ କରିଛନ୍ତି ଏବଂ କାହିଁକି ଏହି ଚିଠିକୁ ପୋଷ୍ଟ କଲେ ତାହାର କାରଣ ମଧ୍ୟ ଲେଖିଛନ୍ତି ।

ଗତ କାଲି ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ଅନୁଭବ ଓ ବର୍ଷା । ବର୍ଷା ଦାୟର କରିଥିବା ଘରୋଇ ହିସାଂ ମାମଲାରେ ଉଭୟ ହାଜର ହୋଇଥିଲେ । ତେବେ ଉଭୟଙ୍କ ମଧ୍ୟରେ କନ୍ସିଲେସନ ହୋଇଛି । ନିଜେ କୋର୍ଟ କାଉନସେଲିଙ୍ଗ କରିଥିଲେ । ଗତ ୨୨ ତାରିଖରେ ବିବାହ ବିଚ୍ଛେଦ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଥିଲେ କୋର୍ଟ । ଏହା ପରେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ କରିଥିବା ଆବେଦନକୁ ଖାରଜ କରିଥିଲେ କୋର୍ଟ । ଏହାକୁ ଦେଇ ପରିବାର ଅଦାଲତ କହିଛନ୍ତି ମନ୍ଦ ଉଦ୍ଦେଶ୍ୟ ରଖି ବିବାହ ବିଚ୍ଛେଦ ପାଇଁ ଉଦ୍ୟମ କଲେ ଏହାକୁ କୋର୍ଟ ଅନୁମତି ଦେବ ନାହିଁ ।

Get real time updates directly on you device, subscribe now.