fbpx

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ସ୍କୁଲ ବସ : ଜଣେ ମୃତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଉମରକୋଟ : ଚନ୍ଦାହାଣ୍ଡି ଘାଟି ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଉମରକୋଟରୁ ବିଭିନ୍ନ ସ୍କୁଲର ଛାତ୍ରଙ୍କୁ ନେଇ ଚନ୍ଦାହାଣ୍ଡି କ୍ରୀଡା ଉତ୍ସବରେ ଯୋଗ ଦେବା ପାଇଁ ବସରେ ଯାଉଥିଲେ । ଏତିକି ବେଳେ ଚନ୍ଦାହାଣ୍ଡି ଘାଟି ଉପରେ ବସଟି ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଗଲା । ଏହି ଦୁର୍ଘଟଣାରେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥାନକୁ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ଅଗ୍ନିଶମ ଟିମ ପଠାଯାଇଛି । ଚାନ୍ଦାହାଣ୍ଡି ଏବଂ ଝରିଗାଁରୁ ୨ଟି ଅଗ୍ନିଶମ ଟିମକୁ ପଠାଯାଇଛି ।

Get real time updates directly on you device, subscribe now.