fbpx

(Video) ଯନ୍ତ୍ରଣାରେ ଛଟପଟ ହେଉଥିଲେ ସ୍ମିଥ, ଆଗରେ ଆସି ନାଚିଲେ ବିରାଟ କୋହଲି: ମଇଦାନରେ କମେଡି ମାହୋଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚରେ ୩୫୩ ରନର ବଡ଼ ଲକ୍ଷ୍ୟକୁ ପିଛା କରୁଛି ଭାରତ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଏହି ବିରାଟ ଲକ୍ଷ୍ୟ ରଖିଛନ୍ତି । ତେବେ ଏହି ମ୍ୟାଚରେ କମବ୍ୟାକ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ଆସିବା ମାତ୍ରେ ମଇଦାନରେ ସେ ନିଜ ଅନ୍ଦାଜ ଦେଖାଇଛନ୍ତି । ପ୍ରଥମ ଇନିଂସରେ ଭାରତ ବୋଲିଂ କରୁଥିବା ବେଳେ କିଙ୍ଗ କୋହଲିଙ୍କୁ ଡାନ୍ସ କରୁଥିବା ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବିରାଟ ଏଭଳି କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି ।

ଭାରତୀୟ କ୍ରିକେଟରେ ବିରାଟ କୋହଲି ବର୍ତ୍ତମାନର ସବୁଠାରୁ ବଡ଼ ଏଣ୍ଟରଟେନର ପାଲଟିଛନ୍ତି । ପଡ଼ିଆରେ ତାଙ୍କର ମଜାକିଆ ଅନ୍ଦାଜ ଫ୍ୟାନ୍ସମାନଙ୍କୁ ସବୁବେଳେ ମନୋରଞ୍ଜନର ଖୁରାକ ଯୋଗାଇଥାଏ । ଆଜିର ମ୍ୟାଚରେ ମଧ୍ୟ ସେ ତାଙ୍କର ଏହି ଅନ୍ଦାଜ ଦେଖାଇଛନ୍ତି । ଡ୍ରିଙ୍କସ ସମୟରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ସାମ୍ନାରେ ଯାଇ ବିରାଟ କୋହଲି ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ତେବେ ସବୁଠୁ ବଡ଼ କଥା ହେଉଛି, ଏହି ସମୟରେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ କୌଣସି କାରଣରୁ ଯନ୍ତ୍ରଣା ଅନୁଭବ କରୁଥିଲେ । ଦଳର ଫିଜିଓ ସ୍ମିଥଙ୍କ ନିକଟରେ ଚିକିତ୍ସା କରୁଥିବାର ଏହି ଭିଡିଓରେ ଦେଖା ଯାଇଛି ।

ଏହି ସମୟରେ ବିରାଟ କୋହଲି ଲାବୁସେନଙ୍କ ପାଖରେ ପହଞ୍ଚି ମସ୍ତି ଆରମ୍ଭ କରି ଦେଇଛନ୍ତି । ଲାବୁସେନଙ୍କ ସାମ୍ନାରେ ଖୁବ ମଜାକିଆ ଷ୍ଟାଇଲରେ ଚିଡ଼ାଇବା ଭଳି ନାଚିଥିଲେ କିଙ୍ଗ କୋହଲି । ସେପଟେ ସ୍ମିଥ କୋହଲିଙ୍କ ଏପରି କାରନାମା ଦେଖି ଆଶ୍ଚର୍ଯ୍ୟ ହୋଇ ରହି ଯାଇଛନ୍ତି । ତେବେ ଏହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ବିରାଟଙ୍କ ଏହି କାର୍ଯ୍ୟ ପଡ଼ିଆରେ ସମସ୍ତଙ୍କ ମନ ଜିତି ନେଇଛି ।

Get real time updates directly on you device, subscribe now.