fbpx

Big Breaking… ଟ୍ରେନ ରୋକିବାକୁ ବ୍ରେକ ନୁହେଁ, ଏକ୍ସିଲେଟର ଦାବି ଦେଲେ ଲୋକୋ ପାଇଲଟ୍: ପ୍ଲାଟଫର୍ମ ଭିତରକୁ ମାଡ଼ିଗଲା ଲୌହ ଦାନବ…

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଯାତ୍ରୀଙ୍କ ମନରେ ଟ୍ରେନକୁ ନେଇଏକ ଭୟ ବସା ବାନ୍ଧିଛି । ଏହାପରେ ମଧ୍ୟ ଟ୍ରେନକୁ ନେଇ ଅନେକ ଅଘଟଣ ଘଟିଚାଲିଛି । ସେହିଭଳିଏକ ଦୁର୍ଘଟରା ଆଜି ଘଟିଯାଇଛି ଉତ୍ତର ପ୍ରଦେଶର ମଥୁରା ଜଙ୍କସନରେ । ପ୍ଲାଟଫର୍ମରେ ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ ଟ୍ରେନ ସେମାନଙ୍କ ଉପରକୁ ମାଡ଼ି ଆସିଥିଲା । ଦ୍ରୁତ ଗତିରେ ଟ୍ରାକରୁ ବାହାରି ପ୍ଲାଟଫର୍ମ ଭିତରକୁ ପଶି ଯାଇଥିଲା ଲୌହ ଦାନବ । ଯାହାକୁ ଦେଖି ପ୍ଲାଟଫର୍ମରେ ଆତଙ୍କ ଖେଳି ଯାଇଥିଲା । ଜୀବନ ବଞ୍ଚାଇ ଯାତ୍ରୀମାନେ ଏଣେତେଣେ ଧାଇଁବାକୁ ଲାଗିଥିଲେ ।

ସୂଚନା ଅନୁସାରେ ମଥୁରା ଜଙ୍କସନରେ ଟ୍ରେନକୁ ଅପେକ୍ଷା କରି ରହିଥିଲେ ଶହ ଶହ ଯାତ୍ରୀ । କିନ୍ତୁ ରାତି ଅଧରେ ଅଚାନକ ୨ ନମ୍ବର ପ୍ଲାଟଫର୍ମ ଭିତରକୁ ହିଁ ମାଡ଼ି ଆସିଥିଲା ଲୌହ ଦାନବ । ଯାତ୍ରୀମାନେ ନିଜ ନିଜ ଲକ୍ଷ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା କରି ରହିଥିବା ବେଳେ ବିକଟାଳ ଗର୍ଜନ କରି ମାଡି ଆସଥିଲା ଏକ ଟ୍ରେନ । ଜୀବନ ବଞ୍ଚାଇ ଲୋକମାନେ ଏଣେତେଣେ ଧାଇଁବା ଆରମ୍ଭ କରିଥିଲେ । ଟ୍ରେନଟି ନ୨ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବା ପାଇଁ ମାତ୍ର କେଇଟା ମୁହୂର୍ତ୍ତ ବାକି ରହିଥିଲା । ଟ୍ରେନକୁ ପ୍ଲାଟଫର୍ମରେ ଅଟକାଇବା ପାଇଁ ଲୋକୋ ପାଇଲଟଙ୍କୁ ବ୍ରେକ ମାରିବାର ଥିଲା । କିନ୍ତୁ ଭୁଲବଶତଃ ବ୍ରେକ ବଦଳରେ ଏକ୍ସିଲେଟରକୁ ଦାବି ଦେଇଥିଲେ ଲୋକୋ ପାଇଲଟ । ଫଳରେ ଭାରସାମ୍ୟ ହରାଇ ପ୍ଲାଟଫର୍ମ ଭିତରକୁ ପଶି ଆସିଥିଲା ଲୌହ ଦାନବ ।

ଉତ୍ତରପ୍ରଦେଶର ମଥୁରା ଜଙ୍କସନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଇଏମ୍ୟୁ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଛି । ଅଚାନକ ଇଏମୟୁ ଟ୍ରେନଟି ପ୍ଲାଟଫର୍ମ ଉପରକୁ ମାଡ଼ିଯାଇଥିଲା । ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇଥିବା ଜଣାପଡ଼ିନି । ଏଭଳି ଏକ ଅଘଟଣ ସମୟରେ ସୌଭାଗ୍ୟବଶତଃ ସବୁ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଏହାବ୍ୟତୀତ ପ୍ଲାଟଫର୍ମରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ ହେଁ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି । ତେବେ ଏଭଳି ଏକ ଦାୟିତ୍ୱହୀନ ଘଟଣାକୁ ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.