fbpx

ମୋ ନାଁରେ କୌଣସି ଘର ନାହିଁ, କିନ୍ତୁ ଲକ୍ଷ ଲକ୍ଷ ମହିଳାଙ୍କୁ ଘରର ମାଲିକାଣୀ କରିଛି; ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ଭାସ୍କର; ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ତେବେ ଏହାକୁ ନେଇ ନୂଆ ରଣନୀତି ସହ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି ଖୋଦ ବିଜେପିର ହାଇକମାଣ୍ଡ ତଥା ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ମଧ୍ୟପ୍ରଦେଶ ପରେ ରାଜସ୍ଥାନା ଓ ଗୁଜୁରାଟରେ ପହଁଚି ରାଲି ଓ ଜନସଭାକୁ ସମ୍ବୋଧନ କରିଛନ୍ତି ମୋଦୀ । ନିର୍ବାଚନ ରଣାଙ୍ଗନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ତେବେ ଅଭିଭାଷଣରେ ଗୁଜରାଟବାସୀଙ୍କୁ ସମ୍ବୋଧିତ କରି ରାଜ୍ୟର ଇତିହାସ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଭଦୋଦରାଠାରେ ଏକ ରୋଡ ଶୋ’ କରିଥିଲେ ମୋଦୀ । ରୋଡ ଶୋ’ ପରେ ନାରୀ ଶକ୍ତି ବନ୍ଦନ ଅଭିନନ୍ଦନ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଥିଲେ। ସେଠାରେ ତାଙ୍କୁ ବିରାଟ ପଟୁଆରରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ମହିଳା ସଂରକ୍ଷଣ ବିଲ ପାସ କରିବା ପରେ ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିରୋଧୀମାନେ ଏହାକୁ ତିନି ଦଶନ୍ଧି ଧରି ବନ୍ଦ କରି ରଖିଥିଲେ, କିନ୍ତୁ ବର୍ତ୍ତମାନ ମୋ ସରକାର ମହିଳା ସଂରକ୍ଷଣକୁ ବାସ୍ତବ ରୂପ ଦେଇଛନ୍ତି । ମୋ ନାଁରେ କୌଣସି ଘର ନାହିଁ, କିନ୍ତୁ ମୋ ସରକାର ଦେଶର ଲକ୍ଷ ଲକ୍ଷ ମହିଳାଙ୍କୁ ଘରର ମାଲିକାଣୀ କରିଛନ୍ତି।

ଅନ୍ୟପଟେ ଗୁଜରାଟର ଆଦିବାସୀ ବହୁଳ ଛୋଟା ଉଦେପୁରର ବୋଡେଲି ସହରରେ ଶିକ୍ଷା କ୍ଷେତ୍ର ସହ ଜଡିତ ୪୫୦୦ କୋଟି ଟଙ୍କାର ପ୍ରକଳ୍ପ ସମେତ ୫୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ସହ ସେ କହିଛନ୍ତି, ଗୁଜରାଟ ଅନେକ ଝଡଝଞ୍ଜା ଦେଇ ଗତି କରିଛି । ହେଲେ ଏହି ସବୁ ପରିସ୍ଥିତ ଭିତରେ ଗୁଜରାଟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛି।

Get real time updates directly on you device, subscribe now.