ସକାଳେ ବ୍ରେକଫାଷ୍ଟ ଖାଉନଥିଲେ ଭୋଗିବେ ସମସ୍ୟା, ପେଟ ଏବଂ ଅନ୍ତନଳୀରେ ହୋଇପାରେ କ୍ୟାନ୍ସର : ରିସର୍ଚ୍ଚ

ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲଗାତାର ଭାବରେ ବ୍ରେକଫାଷ୍ଟ କରୁନଥିବା ଲୋକଙ୍କଠାରେ ପେଟ ଏବଂ ଅନ୍ତନଳୀରେ କ୍ୟାନ୍ସର ହେବାର ଆଶଙ୍କା ଦେଖିବାକୁ ମିଳିଛି । ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ରିସର୍ଚ୍ଚ କରାଯାଇଥିବା ଲୋକମାନେ ସମସ୍ତେ ମଧ୍ୟ ବୟସ୍କର ଥିଲେ ଏବଂ ପ୍ରାୟତଃ ସମସ୍ତେ ୫୦ ବର୍ଷ ମଧ୍ୟରେ ଥିଲେ । ଯେଉଁମାନେ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରୁହନ୍ତି ପରେ ବିଳମ୍ବରେ ଖାଆନ୍ତି । ଏମିତି ଲୋକ ଅଛନ୍ତି ଅନେକ ସମୟରେ ପାର୍ଟି କରନ୍ତି, ମଦ୍ୟପାନ କରନ୍ତି ଏବଂ ସେମାନେ ସକାଳେ ଉଠି ବ୍ରେକଫାଷ୍ଟ କରନ୍ତିନି । ତେଣୁ ସେମାନଙ୍କର କ୍ୟାନ୍ସର ରୋଗ ହେବାର ଆଶଙ୍କା ଅଧିକ ଥାଏ ।

ଯେଉଁ ଲୋକମାନଙ୍କର ଗ୍ୟାଷ୍ଟ୍ରିକ୍ ଏବଂ ଏସିଡିକ୍ ସମସ୍ୟା ଥାଏ ଯଦି ସେମାନେ ସକାଳେ ଖାଲି ପେଟରେ ରୁହନ୍ତି, ତେବେ ପେଟରେ ଏସିଡ୍ ହୁଏ ଏବଂ ଏହା ଅନ୍ତନଳୀକୁ କ୍ଷତି ପହଞ୍ଚାଏ । ବେଳେବେଳେ ଏହା ପେଟରେ ଅଲସର ସୃଷ୍ଟି କରେ ଏବଂ ଯଦି ଏହା ଲଗାତାର ଭାବରେ ହୋଇଥାଏ ତେବେ ଏହା କ୍ୟାନ୍ସରରେ ବଦଳି ଯାଏ ।

– ଯେଉଁମାନଙ୍କର ଏସିଡ୍ ସମସ୍ୟା ରହିଛି ସେମାନେ ସକାଳେ ଜୁଆଣି ଏବଂ ଅଦା ପାଣି ପିଇବା ଉଚିତ୍ । କିଛି ସମୟ ପରେ କୌଣସି ଏକ ଫଳ ଖାଆନ୍ତୁ ଏବଂ ପରେ ଶସ୍ୟରୁ ପ୍ରସ୍ତୁତ କିଛି ଖାଦ୍ୟ ଖାଆନ୍ତୁ । ଯେପରିକି ଇଡଲି, ସନ୍ତୁଳା, ପନିପରିବାରେ ପ୍ରସ୍ତୁତ ହୋଇଥିବା ଦଲିୟା ଖାଇବା ଉଚିତ ।

– ଯେଉଁମାନଙ୍କର ଏସିଡିକ୍ ସମସ୍ୟା ରହୁଛି ସେମାନେ ଦହି, କ୍ଷୀର କିମ୍ବା ଏଥିରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଏବଂ ପରଟା ଖାଇବା ଉଚିତ୍ ନୁହେଁ ।

– ଫ୍ରାଏ ହୋଇଥିବା ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏହା ପରେ ଦ୍ୱିପ୍ରହର ୨ ଟାରେ ଲଞ୍ଚ କରନ୍ତୁ । ଶସ୍ୟର ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦିନରେ ହଜମ ହୁଏ । ସୂର୍ଯ୍ୟ ଅସ୍ତ ହେବା ପରେ ହଜମ ପ୍ରକ୍ରିୟା ଧିର ହୋଇଯାଏ ତେଣୁ ରାତିରେ ସୁପ୍ ଖାଇବା ଭଲ ହୋଇଥାଏ ।