I.N.D.I.Aକୁ ପଞ୍ଜାବରେ ବଡ଼ ଝଟକା: ସୁଖପାଲ ସିଂହ ଖଇରାଙ୍କ ଗିରଫ ପରେ ଆପ-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ପଞ୍ଜାବରେ I.N.D.I.A ମେଣ୍ଟ ପାଇଁ କଂଗ୍ରେସ ନେତା ସୁଖପାଳ ସିଂହ ଖଇରାଙ୍କ ଗିରଫ ହେବା ନେଇ ଅନେକ ସମସ୍ୟା ସୃଷ୍ଟି କରିଛି । ଭଗବନ୍ତ ମାନ ଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟରେ ପୋଲିସ ଗୁରୁବାର ଦିନ କଂଗ୍ରେସର ବରିଷ୍ଠ ନେତା ସୁଖପାଲ ସିଂହ ଖଇରାଙ୍କୁ ଗିରଫ କରିଛି । ଏହାପରେ ଆପ ଏବଂ କଂଗ୍ରେସ ନେତା ମୁହାଁମୁହଁ ହୋଇଛନ୍ତି । ହେପାଜତରେ ନିଆଯାଇଥିବା କଂଗ୍ରେସ ନେତା ସୁଖପାଲ ସିଂହ ଖଇରା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଙ୍କ ଉପରେ ଟାର୍ଗେଟ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରକ୍ତ ପାଇଁ ଶୋଷିଲା ହୋଇଯାଇଛନ୍ତି । ଖଇରାଙ୍କୁ ୨୦୧୫ର ଡ୍ରଗ୍ସ ମାମଲାରେ ଗୁରୁବାର ଦିନ ସକାଳୁ ଚଣ୍ଡିଗଡ଼ରେ ଥିବା ନିବାସରୁ ଗିରଫ କରାଯାଇଛି ।

ସୁଖପାଲ ସିଂହ ଖଇରା କହିଛନ୍ତି ଯେ, ଭଗବନ୍ତ ମାନ ରକ୍ତ ପିପାଷୁ ହୋଇଯାଇଛନ୍ତି । ମୋତେ ସେ ମାରିଦେଲେ ସୁଧା ମୋତେ ବାଧିବ ନାହିଁ । ହେଲେ ଏଠାରେ ମୋତେ କିଛି ଭୟଙ୍କର ଅନୁଭବ ହେଉଛି । ଭଗବନ୍ତ ମାନ ପଞ୍ଜାବରେ କଂଗ୍ରେସକୁ ସହ୍ୟ କରିପାରୁନାହାନ୍ତି । ଆପ ପଞ୍ଜାବରେ କଂଗ୍ରେସକୁ ମାର୍ଜିତ କରିବା ପାଇଁ ଏପରି କରୁଛି । ହେଲେ ଶେଷରେ ସତ୍ୟର ହିଁ ଜୟ ହେବ । ସେ କହିଛନ୍ତି ଯେ, ଯେଉଁ ଏଫଆଇଆର ଦ୍ୱାରା ତାଙ୍କୁ ଗିରଫ କରାଯାଇଛି, ସେଥିପାଇଁ ତାଙ୍କୁ କୋର୍ଟରେ ଜାମିନ ମିଳିଯାଇଛି । ହେଲେ ମାନ ସରକାର ନିଜ ବିରୋଧୀମାନଙ୍କ ଉପରେ ବାରମ୍ବାର ସେହି ସମାନ କାର୍ଯ୍ୟ କରି ଡରାଉଛି । ଖଇରା କହିଛନ୍ତି ଯେ, ଗୋଟିଏ ପଟେ କେଜ୍ରିୱାଲ ଏବଂ ମାନ ଦିଲ୍ଲୀରେ ଆମ ଦଳର ନେତୃତ୍ୱ ଉପରେ I.N.D.I.A ମେଣ୍ଟରେ ଯୋଗଦେବାକୁ ଚାପ ପ୍ରୟୋଗ କରିଥିଲେ ଏବଂ ପଞ୍ଜାବରେ ସେମାନେ ମାର୍ଜିତ କରିବା ପାଇଁ ଏଭଳି କୌଶଳ ଅବଲମ୍ବନ କରିଥିଲେ । ସେ ଆହୁରୀ ମଧ୍ୟ ଦାବି କରିଛନ୍ତି ଯେ, ଭଗବନ୍ତ ମାନ ଙ୍କ ଦ୍ୱାରା ତାଙ୍କ ବିରୋଧରେ ଏହା ଚତୁର୍ଥ ମାମଲା ।

ସୁଖପାଲ ସିଂହ ଖଇରାଙ୍କ ଗିରଫ ପରେ କଂଗ୍ରେସର ପ୍ରାଦେଶିକ ଅଧ୍ୟକ୍ଷ ଅମରିନ୍ଦ ସିଂହ ରାଜା ୱାରିଙ୍ଗ ମଧ୍ୟ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ରାଜନୈତିକ ପ୍ରତିଶୋଧରେ ସୁଖପାଲ ଖଇରାଙ୍କୁ ଆପ ସରକାରଙ୍କ କହିବାନୁସାରେ ଗିରଫ କରାଇଛନ୍ତି । ଏହି ଘଟଣା ଦୁଇ ଦଳର ପଞ୍ଜାବ ୟୁନିଟ ମଧ୍ୟରେ ଚାଲିଥିବ ବିବାଦକୁ ଅନୁସରଣ କରିଛି । ଯାହା ବିପକ୍ଷ I.N.D.I.A ବ୍ଲକ ପାଇଁ ହାତ ମିଳାଇବା ପାଇଁ ସହମତି ନାହିଁ ।