fbpx

ବାଘେଲ ସରକାରଙ୍କ ଘୋଷଣା: ୬୦ ବର୍ଷରୁ ଅଧିକ ଶ୍ରମିକ, କୃଷକ ପାଇବେ ୧୫୦୦ଟଙ୍କାର ପେନସନ୍

ରାୟପୁର : ଦାରିଦ୍ର୍ୟ କଣ ତାହା ବିଜେପି ବୁଝେନାହିଁ । କେବଳ ଲୋକଙ୍କୁ ଭୂତାଇ ଶ୍ରମିକମାନଙ୍କ ବିକାଶ ପାଇଁ ବିଜେପି ସରକାର କାମ କରୁଥିବା କହିଛନ୍ତି ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍ଗେ । ଗୁରୁବାର ଛତିଶଗଡରେ ଆୟୋଜିତ ଏକ ସମାରୋହରେ ସେ ଏହି ମନ୍ତବ୍ୟ ରଖିଛନ୍ତି । ସେ କହିଥିଲେ ଦାରିଦ୍ର୍ୟର ପ୍ରକୃତ ଅର୍ଥ କଂଗ୍ରେସ ବୁଜିବା ସହ ଶ୍ରମିକ ଏବଂ କୃଷକମାନଙ୍କ ବିକାଶ ପାଇଁ ଉଦ୍ୟମ ଅବ୍ୟାହତ ରଖିଛି ।

ଛତିଶଗଡର ବାଲୋଦା ବଜାର-ଭାତପଡା ଜିଲ୍ଲାରେ ଆୟୋଜିତ ଏହି ସଭାରେ ଖଡ୍ଗେ କହିଥିଲେ ଯେ, ଛତିଶଗଡ ସରକାର ବିଭିନ୍ନ ଯୋଜନା ବାବଦରେ ୨୩୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଗତ ୫ବର୍ଷ ମଧ୍ୟରେ କଂଗ୍ରେସ ସରକାର ଛତିଶଗଡବାସୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।

ଏହି ଅବସରରେ ବାଘେଲ ଛତିଶଗଡର କୃଷକ ଓ କର୍ମଚାରୀଙ୍କ ପାଇଁ ମାସିକ ୧୫୦୦ଟଙ୍କା ପେନସନ ଘୋଷଣା କରିଥିଲେ । ଯେଉଁମାନେ ୧୦ବର୍ଷ ଧରି ରେଜିଷ୍ଟ୍ରେସନ କରିଥିବେ ଓ ୬୦ବର୍ଷରୁ ଉଦ୍ଧ୍ୱର୍ ହୋଇଥିବେ ସେମାନେ ଏହି ଯୋଜନାରେସାମିଲ ହୋଇପାରିବେ । ସେହିପରି ରାଜୀବ ଗାନ୍ଧୀ କିଷାନ ନ୍ୟାୟ ଯୋଜନାରେ ତୃତୀୟ କିସ୍ତି ବାବଦ ୧୮୯୫କୋଟି ଟଙ୍କା ୨୪.୫୨ଲକ୍ଷ ଚାଷୀଙ୍କ ଏକାଉଣ୍ଟକୁ ଡିବିଟି ମାଧ୍ୟମରେ ପଠାଯାଇଥିବା ସେ କହିଥିଲେ ।

Get real time updates directly on you device, subscribe now.