fbpx

ଭୁବନେଶ୍ୱରରେ ବନ୍ଦ ହେଲା ଏକ ନମ୍ବର ମାର୍କେଟ: କେତେ ଦିନ ଖୋଲିବନି ଦୋକାନ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଗହଳିପୂର୍ଣ୍ଣ ମାର୍କେଟ ୧ ନମ୍ବର ମାର୍କେଟ ଆଜିଠୁ ବନ୍ଦ ହୋଇଛି । ଭୁବନେଶ୍ୱରର ୧ ନମ୍ବର ହାଟର ସବୁ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାର୍କେଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ । ଦୈନିକ ହାଟ ବ୍ୟବସାୟୀ ସଂଘ ତରଫରୁ ହୋଇଥିବା ଦାବି ପୂରଣ ନ ହେବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ମାର୍କେଟ ବନ୍ଦ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ସହିତ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଥିଲା ରାଜଦାନୀ ଦୈନିକ ହାଟ ବ୍ୟବସାୟ ସଂଘ ।

Get real time updates directly on you device, subscribe now.