ନୂଆଦିଲ୍ଲୀ: ସ୍ୱଇଚ୍ଛାରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ଏହି ବୟସରେ ପରିବର୍ତ୍ତନ କରିବା ନେଇ କୋର୍ଟରେ ଆଲୋଚନା ହୋଇଛି । କିନ୍ତୁ ପୋକ୍ସୋ ଆକ୍ଟ ଅନୁସାରେ, ଏହାକୁ ମଞ୍ଜୁରୀ ଦେବାକୁ ରାଜି ହୋଇନାହାନ୍ତି ଲ’ କମିଶନ୍ ବା ବିଧି ଆୟୋଗ । ବରଂ ସରକାରଙ୍କୁ ଏକ ପରାମର୍ଶ ଦେଇଛନ୍ତି ବିଧି ଆୟୋଗ । ପିଲାମାନଙ୍କ ସଂରକ୍ଷଣ ଅଧିନିୟମ ଅନୁସାରେ, ଶାରୀରିକ ସମ୍ପର୍କ ରଖିବା ପାଇଁ ନିଷ୍ପତ୍ତି ନେବାର ବୟସ ସୀମାରେ କୌଣସି ପରିବର୍ତ୍ତନ କରିବା ଅନୁଚିତ । ଏ ନେଇ ବିଧି ଆୟୋଗ ଏକ ରିପୋର୍ଟ ଦାଖଲ କରିବା ସହ ଏହାର ସମ୍ପୂର୍ଣ୍ଣ କାରଣ ମଧ୍ୟ ଦର୍ଶାଇଛନ୍ତି ।
ପୋକ୍ସୋ ଆଇନ ଅନୁଯାୟୀ ଲ’ କମିଶନ୍ ବା ବିଧି ଆୟୋଗ ନିଜ ଇଚ୍ଛାରେ ଶାରୀରିକ ସମ୍ପର୍କ ରଖିବା ପାଇଁ ସମ୍ମତି ବୟସ ବିଷୟରେ ଆଇନ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି ଯେ, ୧୬-୧୮ ବର୍ଷର କିଶୋର-କିଶୋରୀଙ୍କ ତରଫରୁ ମୌନ ସ୍ୱୀକୃତି ସହ ଜଡ଼ିତ ମାମଲାରେ ସ୍ଥିତିରେ ସୁଧାର ଆଣିବା ପାଇଁ ସଂଶୋଧନର ଆବଶ୍ୟକତା ରହିଛି । ବର୍ତ୍ତମାନ ଦେଶର ୧୮ ବର୍ଷ ବା ତା’ଠାରୁ ଅଧିକ ବୟସବର୍ଗର କିଶୋର ନିଜ ଇଚ୍ଛାରେ ଶାରୀରିକ ସମ୍ପର୍କ ରଖିପାରିବେ । ତେବେ ଏହି ବୟସରେ ହ୍ରାସ କରାଗଲେ, ସେମାନଙ୍କ ବିବାହ ଏବଂ ପିଲା ତସ୍କରୀ ବିରୋଧରେ ହେଉଥିବା ଅଭିଯାନ ଉପରେ ସିଧାସଳଖ ଭାବରେ ଏହାର ଖରାପ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ଲ’ କମିଶନ୍ ।
ତେବେ ଏହି ମାମଲାରେ ସତର୍କ ରହିବା ପାଇଁ ଅଦାଲତକୁ ପରାମର୍ଶ ଦେଇଛନ୍ତି ବିଧି ଆୟୋଗ । ବିଶେଷ କରି ସେହିଭଳି ମାମଲାରେ, ଯେଉଁଠି କିଶୋର ବୟସରେ ପ୍ରେମରେ ଅପରାଧିକ ଉଦ୍ଦେଶ୍ୟ ନଥିବ ଏବଂ କିନ୍ତୁ ଏହାକୁ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ ନାହିଁ । ତେବେ ଅନେକ ମାମଲାରେ ପିଲାର ମଉନ ସମ୍ମତି ଥିଲେ ମଧ୍ୟ ଆଇନ୍ ଅନୁସାରେ ଏହା ଭୁଲ । ଏଭଳି କିଛି ପରିସ୍ଥିତିକୁ ସାମ୍ନା କରିବା ପାଇଁ କଠୋର ଆଇନରେ କିଛି ସଂଶୋଧନ ଆଣିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଧି ଆୟୋଗ । ଏଭଳି ମାମଲାଗୁଡ଼ିକ ପାଇଁ ଆଇନ କମିଶନ ଗାଇଡ୍ ନ୍ୟାୟିକ ବିବେକର ପରାମର୍ଶ ଦେଇଛନ୍ତି।