fbpx

ଉଜୈନ ଦୁଷ୍କର୍ମ ଘଟଣା; ଡାକ୍ତରଖାନାରେ ଜୀବନ ସହ ଲଢୁଛି ନାବାଳିକା, ଡାକ୍ତର ଯାହା କହିଲେ ଜାଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଉଜୈନ: ଏଠାରେ ଗତ କିଛିଦିନ ତଳେ ୧୨ ବର୍ଷର ନାବାଳିକା ସହ ଘଟିଥିବା ଘଟଣା ସାରା ମାନବ ସମାଜ ଲାଗି ଚିନ୍ତାର ବିଷୟ ପାଲଟି ଯାଇଥିଲା । ଦୁଷ୍କର୍ମର ଶିକାର ହୋଇ ନିଃବସ୍ତ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକା ଯେପରି ଗଳି ଗଳି ବୁଲି ସହାୟତା ମାଗିଥିଲା ତାହାର ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଥରାଇ ଦେଇଥିଲା । କିଏ ଏହି ନାବାଳିକାଙ୍କୁ ଦେଖି ଦ୍ୱାର ବନ୍ଦ କରିଦେଇଥିଲା ତ ଆଉ କିଏ ଦ୍ୱାର ଖୋଲି ନ ଥିଲା । କିନ୍ତୁ ସୌଭାଗ୍ୟବଶତଃ ଜଣେ ପୂଜାରୀ ସହାୟତାର ହାତ ବଢାଇଥିଲେ ଓ ନାବାଳିକାଙ୍କୁ ପୋଷାକ ଦେବା ସହିତ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତର ତାଙ୍କର ଅପରେସନ କରିଥିଲେ ମଧ୍ୟ ତାଙ୍କ ଅବସ୍ଥା ଗମ୍ଭୀର ରହିଛି । ଡାକ୍ତର କହିଛନ୍ତି ହସ୍ପିଟାଲ ଆସିଲା ବେଳକୁ ନାବାଳିକାର ଅବସ୍ଥା ବହୁତ ଚିନ୍ତାଜନକ ଥିଲା । ଆଉ ଟିକେ ବିଳମ୍ବ ହୋଇଯାଇଥିଲେ ତା’ର ଜୀବନ ଚାଲି ଯାଇଥାନ୍ତା । ନାବାଳିକାର ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି ଓ ବହୁତ ରକ୍ତସ୍ରାବ ହୋଇଛି । ଯଦିଓ ଏବେ ତାର ଅପରେସନ କରାଯାଇଛି ତଥାପି ସ୍ଥିତି ଗମ୍ଭୀର ରହିଛି । ପୀଡିତାକୁ ଶାରୀରିକ ଓ ମାନସିକ ସ୍ତରରେ ବହୁତ କ୍ଷତି ପହଞ୍ଚିଛି ବୋଲି ଡାକ୍ତର କହିଛନ୍ତି । ଯେତେବେଳେ ବି ତାର ହୋସ୍ ଆସୁଛି ସେ ନିଜର ମା’ ଓ ପିନ୍ଧିଥିବା ସ୍କୁଲ ୟୁନିଫର୍ମକୁ ମନେ ପକାଉଛି ଓ ବଡ ପାଟିରେ କାନ୍ଦୁଛି । ପୀଡିତାର ଏପରି ଅବସ୍ଥା ହସ୍ପିଟାଲରେ ଷ୍ଟାଫମାନଙ୍କ ଆଖିରେ ବି ଲୁହ ଆଣି ଦେଉଛି ।

ଏହି ଘଟଣାରେ ପୋଲିସ ଯୌନ ଉତ୍ପୀଡନ ଅଭିଯୋଗରେ ଜଣେ ଅଟୋ ଚାଳକ ଓ ପ୍ରମାଣ ଲୁଚାଇବା ଅଭିାଯୋଗରେ ଅନ୍ୟ ଜଣେ ଚାଳକକୁ ଗିରଫ କରିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ସେପ୍ଟେମ୍ବର ୨୫ ତାରିଖରେ ଉଜୈନରେ ଘଟିଥିବା ଏହି ଘଟଣା ସମଗ୍ର ସଭ୍ୟ ସମାଜରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା ।

Get real time updates directly on you device, subscribe now.