fbpx

ସମଗ୍ର ଦେଶ ଜାଣେ ଏନ୍‌ସିପିର କିଏ ପ୍ରତିଷ୍ଠାତା, ଯେଉଁମାନେ ଭାଜପା ସହ ହାତ ମିଳାଇଛନ୍ତି ସେମାନେ ଏନସିପିର ହୋଇପାରିବେ ନାହିଁ

ଓଡିଶା ଭାସ୍କର; ଦୀର୍ଘଦିନ ହେବ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । କେବଳ ମହାରାଷ୍ଟ୍ର ନୁହେଁ ବରଂ ଜାତୀୟ ରାଜନୀତିରେ ଖୁବ ଚର୍ଚ୍ଚା ରହିଛି ଏନସିପି ଏବଂ ଶିବସେନା ପାର୍ଟି । ତେବେ ଏହାରି ଭିତରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ବିଭାଜନକୁ ନେଇ ଏକ ବୟାନ ଦୋହରାଇଛନ୍ତି ।
ମହାରାଷ୍ଟ୍ରର ଜୁନ୍ନରରେ ସେ କହିଛନ୍ତି ଯେ, ସାଧାରଣ ଲୋକ ଯାହା ଭାବନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ଅଟେ। କିଛି ଲୋକ ଭିନ୍ନ ରାଜନୈତିକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ, କାରଣ ଏହା ଗଣତନ୍ତ୍ରରେ ସେମାନଙ୍କର ଅଧିକାର। ସମଗ୍ର ଦେଶ ଜାଣେ ଏନ୍‌ସିପିର କିଏ ପ୍ରତିଷ୍ଠାତା। ଯେଉଁମାନେ ଭାଜପା ସହ ହାତ ମିଳାଇଛନ୍ତି ସେମାନେ ଏନସିପିର ହୋଇପାରିବେ ନାହିଁ। ଆମେ ଏଭଳି ଆପୋଷ ବୁଝାମଣା ଗ୍ରହଣ କରୁନାହୁଁ।

ସୂଚନା ଥାଉକି, ଜୁଲାଇ ୨ରେ ଶରଦ ପାୱାରଙ୍କ ଦ୍ୱାାରା ପ୍ରତିଷ୍ଠିତ ଏନସିପିରେ ଏକ ବଡ଼ ବିବାଦ ଦେଖାଦେଇଥିଲା। ଦଳର ପ୍ରମୁଖ ଅଜିତ ପାୱାର ଏବଂ ଆଠ ଜଣ ବିଧାୟକ ଅଲଗା ହୋଇ ଏକନାଥ ସିନ୍ଦେ ସରକାରରେ ଯୋଗ ଦେଇଥିଲେ। ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ପାଇଁ ଉଭୟ ଗୋଷ୍ଠୀ ଇସିଆଇରେ ଆବେଦନ କରିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ବିଭାଜନ ସମ୍ପର୍କରେ ଶୁଣାଣି ସମୟରେ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଉପସ୍ଥିତ ରହି ନିଜ ପକ୍ଷ ଉପସ୍ଥାପନ କରିବେ। ଏଥିପାଇଁ ସେ ଅକ୍ଟୋବର ୬ରେ ରାଜଧାନୀ ନୂଆଦିଲ୍ଲୀରେ ରହିବେ। ଏନେଇ ସେ ନିଜେ ସୂଚନା ଦେଇଥିବା ବେଳେ ଦଳ ଛାଡିଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି ।

Get real time updates directly on you device, subscribe now.