୯ ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କଲାରସିପ୍ ପାଇବାର ସୁବର୍ଣ୍ଣ ସୁଯୋଗ: ଜାଣନ୍ତୁ କେବେ ରହିଛି ଆବେଦନ କରିବାର ଶେଷ ତାରିଖ
ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ କିଛି ସମୟ ପୂର୍ବରୁ ନ୍ୟାସନାଲ ମିନ୍ସ କମ ମେରିଟ ସ୍କଲାରସିପ୍ ସ୍କିମ ଅଧୀନରେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ମାଗିଥିଲା । ଏଥିପାଇଁ ପଞ୍ଜୀକରଣର ପ୍ରକ୍ରିୟା ଚାଲିଛି, ତେଣୁ ସେହି ପ୍ରାର୍ଥୀମାନେ ଯେଉଁମାନେ ଏହି ସ୍କିମ୍ ଅଧୀନରେ ଛାତ୍ରବୃତ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଶେଷ ତାରିଖ ପୂର୍ବରୁ ଉଲ୍ଲେଖିତ ଫର୍ମାଟରେ ଫର୍ମ ପୂରଣ କରିପାରିବେ ।
ଏଥିପାଇଁ ପ୍ରାର୍ଥୀଙ୍କୁ ଏହି ଅଫିସିଆଲ୍ ୱେବସାଇଟ୍ scholarship.gov.in କୁ ଯିବାକୁ ପଡିବ । ଆବେଦନଗୁଡ଼ିକ କେବଳ ଅନଲାଇନ୍ ହେବ, ଅନ୍ୟ କୌଣସି ଉପାୟ ଦ୍ୱାରା କରାଯାଇଥିବା ଆବେଦନଗୁଡ଼ିକ ଗ୍ରହଣ କରାଯିବ ନାହିଁ ।
ଏହା ହେଉଛି ଶେଷ ତାରିଖ :-
ନ୍ୟାସନାଲ୍ ମିନ୍ସ କମ ମେରିଟ୍ ସ୍କଲାରସିପ୍ ସ୍କିମ୍ ୨୦୨୪ ପାଇଁ ପଞ୍ଜୀକରଣ ଚାଲିଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ନଭେମ୍ବର ୨୦୨୩ । ଏହି ତାରିଖ ପୂର୍ବରୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଫର୍ମ ପୁରଣ କରନ୍ତୁ । ଏହା ମଧ୍ୟ ଜାଣ ଯେ ପ୍ରଥମ ଆଇଏନଓ ଭେରିଫିକେସନ୍ ୧୫ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଲେବଲ୍ ୩୦ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ରହିଛି ।
ଯୋଗ୍ୟତା କ’ଣ?
ଏହି ସ୍କଳାରସିପ୍ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ପିତାମାତାଙ୍କ ଆୟ ବାର୍ଷିକ ୩,୫୦,୦୦୦ ରୁ ଅଧିକ ହେବା ଉଚିତ୍ ନୁହେଁ । ଏହା ବ୍ୟତୀତ ଜଣେ ଛାତ୍ର ୮ ଶ୍ରେଣୀରେ ଅତି କମରେ ୫୫ ପ୍ରତିଶତ ମାର୍କ ରଖିଥଚବେ, ସେବେ ଯାଇ ସେ ସିଲେକ୍ଟଠ ଟେଷ୍ଟରେ ଉପସ୍ଥିତ ରହିପାରିବେ । ଏହି ଚୟନ ପରୀକ୍ଷା ଆଧାରରେ ସ୍କଲାରସିପ୍ ପୁରସ୍କାର ପ୍ରଦାନ କରାଯିବ । ଏସସି, ଏସଟି ଛାତ୍ରଛାତ୍ରୀମାନଙ୍କୁ ଏଥିରେ ୫% ଛାଡ୍ ପାଇବେ ।
ପରବର୍ତ୍ତୀ ଯୋଗ୍ୟତା ହେଉଛି ଛାତ୍ର ଏକ ସରକାରୀ, ସରକାରୀ ସହାୟକ ସ୍କୁଲରେ ନିୟମିତ ଛାତ୍ର ଭାବରେ ଅଧ୍ୟୟନ କରୁଥିବେ । ଏନଭିଏସ, କେଭିଏସ, ଆବାସିକ ବିଦ୍ୟାଳୟର ପିଲାମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ ନାହିଁ । ଏହା ଶ୍ରେଣୀ ୯ ରୁ ୧୨ ଶ୍ରେଣୀର ଅର୍ଥନୈତିକ ଦୁର୍ବଳ ବିଭାଗର ପିଲାମାନଙ୍କୁ ଦିଆଯାଏ ।
ଏପରି ଆବେଦନ କରନ୍ତୁ :-
-ଆବେଦନ କରିବାକୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ଯଥା scholarship.gov.inକୁ ଯାଆନ୍ତୁ ।
-ସେଠାରେ ନୂଆ ପଞ୍ଜୀକରଣ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ଆବଶ୍ୟକ ବିବରଣୀ ଏଣ୍ଟର କରନ୍ତୁ ।
-ଥରେ ପଞ୍ଜୀକରଣ ହୋଇଗଲେ ଆବେଦନ ଫର୍ମ ପୂରଣ କରନ୍ତୁ ।
-ବର୍ତ୍ତମାନ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
-ଏହା ପରେ ସବମିଟ୍ ବଟନ୍ ଦବାନ୍ତୁ ଏବଂ ପେଜ୍ ଡାଉନଲୋଡ୍ କରନ୍ତୁ ।
-ଏହାର ହାର୍ଡକପି ସୁରକ୍ଷିତ ଭାବରେ ରଖନ୍ତୁ, ଭବିଷ୍ୟତରେ ଏହା କାମରେ ଲାଗିବ ।