fbpx

ମନରେଗା ଶ୍ରମିକଙ୍କ ସଫଳ କାହାଣୀ, ବାପା ବିଲରେ ଘାସ କାଟୁଥିବା ବେଳେ ଏସୀୟ କ୍ରୀଡାରେ ପୁଅ ଜିତିଲା ମେଡାଲ

ନୂଆଦିଲ୍ଲୀ: ଘରେ ପାଳିତ ପଶୁଙ୍କ ଲାଗି ସାଇକେଲରେ ଚାରା ଲଦି ଘରକୁ ଫେରୁଥିବା ଛୋଟେଲାଲଙ୍କୁ ଗ୍ରାମବାସୀ ଯେତେବେଳେ କହିଥିଲେ ତାଙ୍କ ପୁଅ ଏସିଆନ ଗେମ୍ସରେ କାଂସ୍ୟ ପଦକ ଜିତିଯାଇଛି ବୋଲି ସେତେବେଳେ ଏହି ଗରିବ ବାପାର ପାଦ ଆଉ ତଳେ ଲାଗି ନ ଥିଲା । ହଁ ଏହି ଦିନ ମଜୁରିଆ ଜଣକ ହେଉଛନ୍ତି ଚୀନ୍‌ର ହାଙ୍ଗଝୁରେ ଆୟୋଜିତ ଏସୀୟ କ୍ରୀଡାରେ ୩୫ କିମି ମିଶ୍ରିତ ରିଲେ ରେସ୍ ୱାକ୍‌ରେ କାଂସ୍ୟ ପଦକ ଜିତି ଦେଶ ଲାଗି ଗୌରବ ଆଣିଥିବା ରାମବାବୁଙ୍କ ପିତା । ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାର ମଧୁପୁର ଗ୍ରାମରେ ନିଜ ପରିବାର ସହ ଏକ କୁଡିଆ ଘରେ ରୁହନ୍ତି ଏହି ଏସୀୟ କ୍ରୀଡା ବିଜୟୀ । ରାମବାବୁ ନିଜ ପିତାଙ୍କ ସହ ମଧ୍ୟ ମନରେଗା ଯୋଜନାରେ ଶ୍ରମିକ ଭାବରେ କାମ କରିଛନ୍ତି । କିନ୍ତୁ ଦାରିଦ୍ର‌୍ୟ ତାଙ୍କ ମନୋବଳକୁ ଦୂର୍ବଳ କରିଦେଇ ପାରିନାହିଁ । ସବୁ ପ୍ରତିବନ୍ଧ ସତ୍ତ୍ୱେ ସେ ସଫଳତାର ଶିଖର ଛୁଇଁ ପାରିଛନ୍ତି ।

ଏକ ଜରିପାଲ ବିଛା ଯାଇଥିବା କୁଡିଆ ଘରେ ରହୁଥିବା ରାମବାବୁଙ୍କ ପିତାକୁ ପୁତ୍ରର ସଫଳତାର ଖବର ସେତେବେଳେ ମିଳିଥିଲା ଯେତେବେଳେ ସେ ବିଲରେ ଘାସ କାଟିବାକୁ ଯାଇଥିଲେ । ଘାସ କାଟି ସାଇକେଲରେ ଲଦି ଗାଁକୁ ଫେରିବା ସମୟରେ ଗାଁ ବାଲା ତାଙ୍କୁ ଏହି ଖୁସି ଖବର ଦେଇଥିଲେ ।
ଋାମବାବୁଙ୍କ ଏହି ବିଜୟରେ କେବଳ ତାଙ୍କ ପରିବାର ନୁହେଁ ଜିଲ୍ଲା ଓ ପୁରା ଦେଶ ଗୌରବାନ୍ୱିତ ହୋଇଛି । ଏହି କ୍ରମରେ ପଦକ ଜିତିବା ପରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ରାମବାକୁ କହିଛନ୍ତି, ମୋ ପିଲାଦିନ ଅତ୍ୟନ୍ତ ସଂଘର୍ଷମୟ ଥିଲା । ମୋ ମା’ଙ୍କ ସ୍ୱପ୍ନ ଥିଲା ମୁଁ ଦିନେ ଦେଶ ପାଇଁ ଖେଳି ସଫଳତା ଅର୍ଜନ କରିବି । ମୋର ଏହି ସଫଳତା ଆଜି ମୋତେ ,ମୋ ପରିବାରକୁ ଓ ପୁରା ଗାଁ ଲାଗି ଗୌରବ ଆଣି ଦେଇଛି ।

ଋାମବାବୁଙ୍କ ଏହି ସଫଳତାରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛିନ୍ତି, ରାମବାବୁଙ୍କ ଏହି ସଫଳତା ଜବରଦସ୍ତ ଧୈର୍ଯ୍ୟ ଓ ଦୃଢ ସଂକଳ୍ପର ପ୍ରତିଫଳନ । ଏହି କ୍ରମରେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଭାରତୀୟ ବନ ବିଭାଗ ଅଧିକାରୀ ପ୍ରବୀଣ କାସୱାନ ଏକ ଭିଡିଓ ସେୟାର କରି ଲେଖିଛନ୍ତି , ‘ଏ ହେଉଛନ୍ତି ରାମବାକୁ ଯିଏ ଦିନେ ମନେରେଗା ଶ୍ରମିକ ଓ ୱେଟର ଭାବରେ କାମ କରୁଥିଲେ । ଆଜି ସେ ଏସୀୟ କ୍ରୀଡାରେ ପଦକ ଜିତି ସାରା ଦେଶକୁ ଗୌରବାନ୍ୱିତ କରିଛନ୍ତି ।’

Get real time updates directly on you device, subscribe now.