fbpx

୬୦୦ ଟଙ୍କାରେ ସିଲିଣ୍ଡର ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ଦିନ କ୍ୟାବିନେଟ୍ କରିବ ବଡ଼ ଘୋଷଣା

ନୂଆଦିଲ୍ଲୀ: ରକ୍ଷାବନ୍ଧନ ପରେ କେନ୍ଦ୍ରର ମୋଦୀ ସରକାର ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୧୦୦ ଟଙ୍କା ଅତିରିକ୍ତ ସବସିଡି ଘୋଷଣା କରିଛନ୍ତି । ୧୦୦ ଟଙ୍କା ମୂଲ୍ୟର ଏହି ଅତିରିକ୍ତ ସବସିଡି ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ପ୍ରଦାନ କରିବେ । ବର୍ତ୍ତମାନ ଏହା ପରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ଡିଏ/ଡିଆର ବୃଦ୍ଧିକୁ ଅପେକ୍ଷା କରିଛନ୍ତି । ଜୁଲାଇ ୧ ରୁ ଡିଏ ବୃଦ୍ଧିରୁ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆରାମ ମିଳିବ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥର ନବରାତ୍ରୀ ସମୟରେ କର୍ମଚାରୀଙ୍କ ଡିଏ/ଡିଆର ବିଷୟରେ କେନ୍ଦ୍ର କ୍ୟାବିନେଟ୍ ଘୋଷଣା କରିପାରେ । ଯଦି ଆମେ ଗତ କିଛି ବର୍ଷକୁ ଦେଖିବା, ତେବେ ନବରାତ୍ରୀ ସମୟରେ କେନ୍ଦ୍ର କ୍ୟାବିନେଟ୍ ଡିଏ/ଡିଆର ଉପରେ ଖୁସି ଖବର ଦେଇଥାଏ । ଏଭଳି ପରିସ୍ଥିତିରେ ସରକାର ଅକ୍ଟୋବର ୧୫ ପରେ ଯେକୌଣସି ଦିନ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯିବ ।

ବିଜ୍ଞପ୍ତି ଜାରି ହେବା ପୂର୍ବରୁ ଡିଏ ବଢ଼ିବ !
ଯଦି ପାଞ୍ଚଟି ରାଜ୍ୟ ନିର୍ବାଚନ ସହ ଜଡିତ ବିଜ୍ଞପ୍ତି ଜାରି କରାଯାଏ, ତେବେ ସରକାରଙ୍କ ଦ୍ୱାରା ଡିଏ ବୃଦ୍ଧି ଘୋଷଣା ଏକ ଚ୍ୟାଲେଞ୍ଜଠାରୁ କମ୍ ହେବ ନାହିଁ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ସରକାର ଡିଏ ଘୋଷଣା କରିବାକୁ ଚେଷ୍ଟା କରୁଛନ୍ତି । ତେବେ ସରକାର ପ୍ରତିବର୍ଷ ଦୁଇଥର ଡିଏ ବିଷୟରେ ଘୋଷଣା କରନ୍ତି । ମାର୍ଚ୍ଚ ମାସରେ ପ୍ରଥମ ଘୋଷଣା କରାଯାଏ ଏବଂ ଜାନୁଆରୀ ୨ ତାରିଖରୁ କର୍ମଚାରୀମାନଙ୍କୁ ଦରମା ଦିଆଯାଏ । ଡିଏ ସମ୍ବନ୍ଧରେ ଦ୍ୱିତୀୟ ଘୋଷଣା ଅକ୍ଟୋବର ମାସରେ କରାଯାଏ, ଏହାର ଫାଇଦା କର୍ମଚାରୀମାନଙ୍କୁ ଜୁଲାଇ ୧ ରୁ ମିଳିବ ।

ଡିଏ ୪୨ ପ୍ରତିଶତ ହାରରେ ମିଳୁଛି :-
ବର୍ତ୍ତମାନ କେନ୍ଦ୍ରର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ୪୨ ପ୍ରତିଶତ ହାରରେ ଡିଏ ପ୍ରଦାନ କରାଯାଉଛି । ଏଥର ଏହା ୪୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେବେ କର୍ମଚାରୀ ସଂଘ ଡିଏରେ ୪ ପ୍ରତିଶତ ବୃଦ୍ଧି ଦାବି କରୁଛି । ଯଦି ଡିଏ ତିନି ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ରର ୪୭ ଲକ୍ଷ କର୍ମଚାରୀ ଜୁଲାଇ ୧ ରୁ ଏହାର ଲାଭ ପାଇବେ । ସେହିଭଳି ଜୁଲାଇ ୧ ରୁ ୬୮ ଲକ୍ଷ ପେନସନଭୋଗୀଙ୍କୁ ବର୍ଦ୍ଧିତ ଡିଆର ବକେୟା ମଧ୍ୟ ପ୍ରଦାନ କରାଯିବ ।

Get real time updates directly on you device, subscribe now.