fbpx

ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ପିଏମ୍ କିଷାନର ୧୫ ତମ କିସ୍ତି, ଫଟାଫଟ୍ କରିନିଅନ୍ତୁ ଚେକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ପ୍ରଦାନ କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛନ୍ତି । ଯଦି ଆପଣ ଏହି ଯୋଜନାରେ ଜଣେ ଲାଭାର୍ଥୀ ଅଟନ୍ତି ତେବେ ଏହାର ୧୫ ତମ କିସ୍ତି ଡେବିଟ୍ ମୋଡ୍‌ରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏହି ଯୋଜନା ଜରିଆରେ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଇଥାଏ ଓ ଏହା ୩ଟି କିସ୍ତିରେ ୨-୨ ହଜାର ଆକାରରେ ଖାତାକୁ ଆସିଥାଏ ।

ତେବେ ମିଳିଥିବା ରିପୋର୍ଟ ଅନୁସାରେ ପିଏମ୍ କିଷାନର ୧୫ ତମ କିସ୍ତି ୩୦ ନଭେମ୍ବର ପୂର୍ବରୁ କୃଷକଙ୍କ ଖାତାକୁ ଆସିଯିବ । ତେବେ ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ । ଏଠାରେ ସୂଚାଇ ଦିଆଯାଇପାରେ ଯେ, କେନ୍ଦ୍ର ସରକାର ୨୭ ଜୁଲାଇ ୨୦୨୩ରେ ଯୋଜନାର ୧୪ ତମ କିସ୍ତି ଜାରି କରିଥିଲେ । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ଆରମ୍ଭ କରିଥିଲେ । ସେବେଠାରୁ ଏହି ଯୋଜନା ସହିତ ପଞ୍ଜୀକୃତ ସମସ୍ତ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ମିଳୁଛି ।

Get real time updates directly on you device, subscribe now.