fbpx

ଭାରତ ଆସିବେ ସାମିଆ ସୁଲୁହୁ ହାସନ, ଅକ୍ଟୋବର ୮ରୁ ରହିଛି ତିନି ଦିନିଆ ଗସ୍ତ

ଓଡିଶା ଭାସ୍କର (ନୂଆଦିଲ୍ଲୀ) : ଆସନ୍ତା ଅକ୍ଟୋବର ୮ରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ତାନଜିଆନର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ । ଏନେଇ ଆଜି ଭାରତୀୟ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ହିବ୍ୟାପାର ବିଭାଗର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ହାସନ ନୂଆଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଭାରତ ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସହ ରାଜକୀୟ ଭୋଜିରେ ସାମିଲ ହେବେ ବୋଲି ଏଥିରେ ସୂଚନା ଦିଆଯାଇଛି ।

ଏହା ପରେ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହା ସହ ଅକ୍ଟୋବର ୧୦ରେ ନୂଆଦିଲ୍ଲୀରେ ଏକ ବାଣିଜ୍ୟ ଏବଂ ନିବେଶ ଫୋରମରେ ରାଷ୍ଟ୍ରପତି ହାସନ ମଧ୍ୟ ଯୋଗଦେବାର କାର୍ୟ୍ୟକ୍ରମ ରହିଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ତେବେ ସାମିଆ ସୁଲୁହୁ ହାସନଙ୍କ ଆଗାମୀ ଗସ୍ତ ଭାରତ ଏବଂ ତାନଜିଆନ ମଧ୍ୟରେ ଏକ ଐତିହାସିକ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.