ମାଳିକା ହେଲା ସତ! ପୃଥିବୀରୁ ଏହି ତାରିଖରେ ଲୋପ ପାଇବ ମଣିଷଜାତି: ଧ୍ୱଂସ ହେବ ପୃଥିବୀ

ନୂଆଦିଲ୍ଲୀ: ଡାଇନାସୋର ଭଳି ପୃଥିବୀରୁ ଲୋପ ପାଇଯିବ ମଣିଷ । ଯାହାକୁ ନେଇ ବୈଜ୍ଞାନିକମାନେ ତାରିଖ ବି ଆକଳନ କରିସାରିଛନ୍ତି । ପୃଥିବୀ ପୃଷ୍ଠରୁ ମଣିଷ ଲୋପ ପାଇଯିବା ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଛି । ତେବେ ଇଂଲଣ୍ଡର ବ୍ରିଷ୍ଟର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଏହି ଦାବି କରିଛନ୍ତି ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଆଗାମୀ ୨୫ କୋଟି ବର୍ଷ ମଧ୍ୟରେ ମଣିଷ ଏବଂ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ ବିଲୁପ୍ତ ହୋଇଯିବେ । ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବୁଝି ବୈଜ୍ଞାନିକମାନେ ଏହାର ଆଧାରରେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି । ଯାହାର ସାହାଯ୍ୟରେ କୁହାଯାଇଛି ଯେ ପୃଥିବୀରେ ମଣିଷ ଏବଂ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀ ଆଉ କେତେ ଦିନ ବଞ୍ଚିପାରିବେ? ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଆଗକୁ ପୃଥିବୀପୃଷ୍ଠରେ ମଣିଷ ଏବଂ ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ୪୦ରୁ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରାର ସାମ୍ନା କରିବାକୁ ପଡିବ । ଭବିଷ୍ୟତରେ କାର୍ବନ୍ ଡାଇଅକ୍ସାଇଡ ସ୍ତର ବର୍ତ୍ତମାନର ସ୍ତରଠାରୁ ଦ୍ୱିଗୁଣିତ ହୋଇପାରେ । ମଣିଷ ଏବଂ ଅନ୍ୟ ପ୍ରଜାତିର ପ୍ରାଣୀମାନେ ଗରମ ସହିତ ଲଢିବା ଏବଂ ଶରୀରକୁ ଥଣ୍ଡା ରଖିବାରେ ଅସମର୍ଥ ହୋଇଯିବେ । ଏହି ଅଧ୍ୟୟନରେ ଆଜିକାଲି ବାୟୁମଣ୍ଡଳରେ ବଢୁଥିବା ଗ୍ରୀନହାଉସ୍ ଗ୍ୟାସକୁୁ ସାମିଲ କରାଯାଇନାହିଁ । ନହେଲେ ଦର୍ଶାଯାଇଥିବା ତାରିଖ ପୂର୍ବରୁ ହିଁ ମଣିଷ ଜାତି ଲୋପ ପାଇଯିବ ।

ରିସର୍ଚ୍ଚରେ କୁହାଯାଇଛି, ପୃଥିବୀ ଏପରି ଏକ ବିଶାଳ ମହାଦେଶରେ ପରିଣତ ହେବାକୁ ଯାଉଛି, ଯେଉଁଠି ଆଗାମୀ ୨୫୦ ବର୍ଷ ମଧ୍ୟରେ ଏହାର ୮ରୁ ୧୬ ପ୍ରତିଶତ ଅଞ୍ଚଳରେ ଜୀବଜଗତ ରହିପାରିବେ । ଏହା ପାଞ୍ଜିଆ ଅଲ୍ଟିମା ନାମରେ ଜଣାଶୁଣା ହେବ । ଏଠାରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବ । ଆର୍ଦ୍ରତାର ପ୍ରଭାବ ଦେଖାଯିବ । ବିଶ୍ୱର ତାପମାତ୍ରା ଅତି କମରେ ୧୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଶ୍ୱ ଏକ ଖରାପ ଅବସ୍ଥା ଦେଇ ଗତି କରିବ । ପୃଥିବୀ ବର୍ତ୍ତମାନ ଭଳି ଏକ ଜୀବନଧାରଣର ଯୋଗ୍ୟ ସ୍ଥାନ ହୋଇ ରହିବ ନାହିଁ ।

ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ଖରାପ ସ୍ଥିତି ସହ ଜଡିତ ପରିଣାମ ଉପରେ ସମଗ୍ର ବିଶ୍ୱ ଦେଶର ସରକାର ଧ୍ୟାନ ଦେବା ଜରୁରୀ । ଯଦି ତାପମାତ୍ରା ଅନୁମାନଠାରୁ ଅଧିକ ବଢିଯାଏ, ତେବେ ପୃଥିବୀରେ ସମସ୍ତ ମଣିଷ ଜାତି ଲୋପ ପାଇଯିବାର ଆଶଙ୍କା ମଧ୍ୟ ବଢିଯିବ । ଏହା ମଣିଷ ପାଇଁ ବିପଜ୍ଜନକ ହେବ । ମାର୍ଚ୍ଚରେ ପ୍ରକାଶିତ ମିଳିତ ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ଜରୁରୀକାଳୀନ ପରିସ୍ଥିତିକୁ ନେଇ ସାରା ବିଶ୍ୱର ସରକାରଙ୍କୁ କିଛି ପଦକ୍ଷେପ ନେବା ଆବଶ୍ୟକ ।