fbpx

ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ

କେନ୍ଦୁଝର: (ଓଡ଼ିଶା ଭାସ୍କର) ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଅଘଟଣ। ନିଜ ଲାଇସେନ୍ସ ପ୍ରାପ୍ତ ବଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀ ରେ ଗନ ମ୍ୟାନ ଭାବେ କାର୍ଯ୍ୟ କରେ । ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାର ଭଉଣୀ ମାଳତୀ ବାରିକ କୁ ଟଙ୍କା ମାଗିଥିଲା । ସେ ନଦେବାରୁ ଭାଇ ପ୍ରସନ୍ନ ଉତ୍ତଖେପିତ ହୋଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତଙ୍କର କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ମୃତ୍ୟୁବରଣ କରିଛି ।

Get real time updates directly on you device, subscribe now.