fbpx

ବିଶ୍ୱକପ ମଧ୍ୟରେ ବଡ଼ ଖବର: ଭାରତରେ ଦୁଇ ଜଣ କ୍ରିକେଟରଙ୍କୁ ବ୍ୟାନ୍ ଘୋଷଣା

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ଉପରେ ଏବେ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ନଜର । ଅକ୍ଟୋବର ୫ ତାରିଖରେ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିବ ବେଳେ ଏହା ମଧ୍ୟରେ ୬ଟି ମ୍ୟାଚ ଖେଳା ସରିଛି । ଆଜି ସପ୍ତମ ମ୍ୟାଚରେ ଧର୍ମଶାଳାରେ ଇଂଲଣ୍ଡ-ବାଂଲାଦେଶ ମଧ୍ୟରେ ଖେଳାଯିବ ।

ତେବେ ଗୋଟିଏ ପଟେ ବିଶ୍ୱକପକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ଏକ ନକାରାତ୍ମକ ବାତାବରଣ । ନକଲି ଡକ୍ୟୁମେଣ୍ଟ ସବମିଟ୍ କରିଥିବା କାରଣରୁ ଦୁଇଜଣ କ୍ରିକେଟରଙ୍କୁ ୫ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ହାଇଦ୍ରାବାଦ କ୍ରିକେଟ ସଂଘ (ଏଚସିଏ) ପକ୍ଷରୁ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ବ୍ୟାନ ଘୋଷିତ ହୋଇଥିବା ଦୁଇ କ୍ରିକେଟର ହେଲେ ମହମ୍ମଦ ବାବିଲେଲ ଓ ଶଶାଙ୍କ ମେହ୍ରୋତ୍ରା । ଏହି ଦୁଇଜଣ କ୍ରିକେଟର ହାଇଦ୍ରାବାଦ ପାଇଁ ଖେଳିବାକୁ ନକଲି ଡକ୍ୟୁମେଣ୍ଟ ଦାଖଲ କରିଥିଲେ । ଯାଞ୍ଚ ସମୟରେ ଦୁଇ ଜଣ ଖେଳାଳି ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ଅଣ୍ଡର-୧୯ ପାଇଁ ଅନ୍ୟ ଜଣେ ଅଣ୍ଡର-୨୩ରେ ଖେଳିବା ପାଇଁ ସିଲେକ୍ଟ ହୋଇଥିଲେ । ସତ୍ୟ ସାମ୍ନାକୁ ଆସିବା ପରେ ସେମାନଙ୍କୁ ଦଳରୁ ବାହାର କରି ଦିଆଯାଇଛି ।

ଏପରି ବେଆଇନ କାର୍ଯ୍ୟକଳାପକୁ କରାଯିବ ବରଦାସ୍ତ ନାହିଁ । ଏହି ମେସେଜ ଅଭିଭାବକ ଓ କୋଚଙ୍କୁ ଦେବା ଲକ୍ଷ୍ୟରେ ଖେଳାଳିଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥସହିତ ଯେଉଁଠାରେ ଏପରି ନକଲି ସାର୍ଟିଫିକେଟ ପ୍ରସ୍ତୁତ ହେଉଛି କର୍ତ୍ତୃପକ୍ଷ ତା’ର ସନ୍ଧାନ କରିବେ ବୋଲି ଆଶା କରାଯାଉଛି ବୋଲି ଏଚସିଏ ସିଇଓ ସୁନୀଲ କାଣ୍ଟେ କହିଛନ୍ତି ।

Get real time updates directly on you device, subscribe now.