fbpx

ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଆମେରିକାର ‘ମହାକାଳ’ ଆକ୍ରମଣ! କ’ଣ ଏହି USS ଜେରାଲ୍ଡ ଫୋର୍ଡ?

ନୂଆଦିଲ୍ଲୀ: ୪ ଦିନରୁ ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ମଧ୍ୟରେ ପରିସ୍ଥିତି ସଂଘାତିକ ରହିଥିବା ବେଳେ ଯୁଦ୍ଧରେ ଦମଦାର ବୋମା ମିସାଇଲ ବର୍ଷା ହେଉଛି । ସେଠାରେ ୧୦୦ ପିଲାଙ୍କ ସମେତ ପ୍ରାୟ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ବଙ୍କର ବଷ୍ଟର ନାମକ ଏକ ଶକ୍ତିଶାଳୀ ବୋମାରେ ଉତ୍ତର-ପଶ୍ଚିମ ଗାଜାର ସୁଡ଼ଙ୍ଗକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ ସେନା । ଏହା ଭିତରେ ଇସ୍ରାଏଲକୁ ସମର୍ଥନ କରିବାକୁ ସହାୟତାର ହାତ ବଢାଇଛି ଆମେରିକା । ଏହାସହିତ ଇସ୍ରାଏଲକୁ ହାଇଟେକ ହତିଆର ମଧ୍ୟ ପଠାଯାଉଛି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ କଥା ହୋଇ ସମର୍ଥନର ଆଶ୍ୱସ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହାସହିତ ହମାସ ବିରୋଧରେ ଇସ୍ରାଏଲକୁ ସପୋର୍ଟ କରି ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି ଆମେରିକା । ଦେଶର ସର୍ବବୃହତ୍ ନୌସେନା ଅସ୍ତ୍ର USS ଜେରାଲ୍ଡକୁ ଆମେରିକା ପୂର୍ବ ଭୂମଧ୍ୟସାଗରୀୟକୁ ପଠାଇଛି । ଆମେରିକାର ଏହି ଜାହାଜ ନିଜେ ନିଜର କୌଣସି ଏକ ନୌସେନା ସହ ସମାନ୍ । ଏହାକୁ ସାମନା କରିବା କୌଣସି ଗୋଟିଏ ଦେଶ ପକ୍ଷେ ସମ୍ଭବ ହୋଇ ନ ପାରେ । ତେବେ ଏହି ବାର୍ତ୍ତା ଦେବା ପାଇଁ ଏହାକୁ ପୂର୍ବ ଭୂମଧ୍ୟସାଗରୀୟକୁ ପଠାଇଛି ଏବଂ ନିଜର ସର୍ବବୃହତ୍ ଫାୟାର ପାୱାରକୁ ମଧ୍ୟ ଇସ୍ରାଏଲରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି ଆମେରିକା । ଏହାବ୍ୟତୀତ ପରମାଣୁ ବୁଡ଼ା ଜାହାଜ ମଧ୍ୟ ଏଥିରେ ସାମିଲ ରହିଛି ।

ତେବେ କେବଳ ଆମେରିକା ନୁହେଁ, ଏହାବ୍ୟତୀତ ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ଏବଂ ଜର୍ମାନୀ ମଧ୍ୟ ଇସ୍ରାଏଲ ସପକ୍ଷରେ ଠିଆ ହୋଇଛନ୍ତି । କିନ୍ତୁ ଏହି ଯୁଦ୍ଧ ଜାହାଜକୁ ଓହ୍ଲାଇ ସାରା ବିଶ୍ୱକୁ ଆମେରିକା ସଚେତନ କରାଇଛି ଯେ, କୌଣସି ବି ଶତୃଦେଶ ଏହାକୁ ସାମ୍ନା କରିବାରେ ଅସମର୍ଥ ହୋଇ ରହିବ । ଏହି ଜାହାଜକୁ ସିଭିଏନ୍-୭୮ ବୋଲି ମଧ୍ୟ କୁହାଯାଏ । ତେବେ ଆମେରିକା ଏହି ସମୟର ସୁବିଧା ଉଠାଇ ସିରିୟା ଉପରେ ଆକ୍ରମଣ କରିବା ପାଇଁ ଏହି ନୂଆ ଚାଲ୍ କରୁଥିବା କୁହାଯାଇଛି ।

ତେବେ ଏହି ଜାହାଜର ଓଜନ ପ୍ରାୟ ୧ ଲକ୍ଷ ଟନ୍ । USS ଜେରାଲ୍ଡ ପୋର୍ଡ ନ୍ୟୁକ୍ଲିୟର ପାୱାର ଦ୍ୱାରା ଚାଲୁଥିବା ବେଳେ ବିଶ୍ୱର କୌଣସି ଅଞ୍ଚଳରେ ଏହା ପହଞ୍ଚିପାରିବ । ସମୁଦ୍ରରେ ଏହି ଏୟାରକ୍ରାଫ୍ଟର ବେଗ ପ୍ରାୟ ୫୬କି.ମି ପ୍ରତି ଘଣ୍ଟା ରହିଛି । ସେହିପରି ଏକାସାଙ୍ଗରେ ୩,୦୦୦ ନୌସେନା ଏଥିରେ ନିୟୋଜିତ କରାଯାଇପାରେ । ଏହାବ୍ୟତୀତ ୯୦ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ନିୟୋଜିତ ହୋଇପାରେ ଏହି ଜାହାଜରେ । ତେବେ ବର୍ତ୍ତମାନ ଏଥିରେ ହର୍ନେଟ ଏବଂ ଏଫ-୩୫ ଯୁଦ୍ଧ ବିମାନ ନିୟୋଜିତ ହୋଇ ରହିଛନ୍ତି ।

Get real time updates directly on you device, subscribe now.