fbpx

କ୍ୟାବିନେଟ ସଚିବାଳୟରେ ସରକାରୀ ଚାକିରି, ମାଗଣାରେ କରନ୍ତୁ ଆବେଦନ : ଦରମା ୯୦୦୦୦

ନୂଆଦିଲ୍ଲୀ: ଯଦି ଆପଣ ଭାରତ ସରକାରଙ୍କ ଏକ ସରକାରୀ ବିଭାଗରେ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ସରକାରଙ୍କ କ୍ୟାବିନେଟ ସଚିବାଳୟରେ ଡେପୁଟି ଫିଲ୍ଡ ଅଫିସର (ଡିଏଫଓ), ଟେକନିକାଲ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ଅଫଲାଇନ୍ ଆବେଦନ ପ୍ରକ୍ରିୟା ୭ ଅକ୍ଟୋବର ୨୦୨୩ ରୁ ଆରମ୍ଭ ହୋଇଛି । ଯେଉଁଠାରେ ପ୍ରାର୍ଥୀମାନେ ୬ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଅଫଲାଇନରେ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାକୁ କୌଣସି ଆବେଦନ ଶୁଳ୍କ ଦେବାର ଆବଶ୍ୟକତା ନାହିଁ ।

ପ୍ରାର୍ଥୀମାନେ ଏହି ପଦବୀ ପାଇଁ ମାଗଣାରେ ଆବେଦନ କରିପାରିବେ । ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆବେଦନ ପୋଷ୍ଟ ମାଧ୍ୟମରେ ପଠାଇବାକୁ ପଡିବ । ଚୟନ ପ୍ରକ୍ରିୟା ବିଷୟରେ କହିବକେୁ ଗଲେ, ଗେଟ୍ ସ୍କୋର ଆଧାରରେ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ । ଏହା ପରେ ପର୍ସନାଲ ଇଣ୍ଟରଭ୍ୟୁ ହେବ । ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପରେ ମେଡିକାଲ ଟେଷ୍ଟ କରାଯିବ ।

ପଦବୀ ବିବରଣୀ ଏବଂ ଶିକ୍ଷା ଯୋଗ୍ୟତା :-
୧-ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ୬୦ ଟି ପୋଷ୍ଟ ।
୨-ଇଲେକ୍ଟ୍ରୋନିକ୍ସ ଏବଂ ସଞ୍ଚାରର ୪୮ ଟି ପୋଷ୍ଟ ।
୩-ସିଭିଲ୍ ଇଞ୍ଜିନିୟରିଂର ୨ ଟି ପୋଷ୍ଟ ।
୪-ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ୨ ଟି ପୋଷ୍ଟ ।
୫-ମ୍ୟାଥ୍ ବା ଗଣିତର ୨ ପଦ ।
୬-ପରିସଂଖ୍ୟାନରେ ୨ ଟି ପୋଷ୍ଟ ।
୭-ପଦାର୍ଥ ବିଜ୍ଞାନର ୫ ଟି ପୋଷ୍ଟ ।
୮-ରସାୟନ ବିଜ୍ଞାନର ୩ ଟି ପୋଷ୍ଟ ।
୯-ମାଇକ୍ରୋବିଓଲୋଜିର ୧ ପୋଷ୍ଟ ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୧୨୫ ଟି ପଦବୀ ପୂରଣ ହେବ । ଶିକ୍ଷା ଯୋଗ୍ୟତା ବିଷୟରେ କହିବାକୁ ଗଲେ, ପ୍ରାର୍ଥୀମାନେ ସମ୍ପୃକ୍ତ ପେପର କୋଡ଼ରେ ବୈଧ ଗେଟ୍ ସ୍କୋର (୨୦୨୧, ୨୦୨୨ କିମ୍ବା ୨୦୨୩) ସହିତ ପ୍ରାର୍ଥୀଙ୍କ ପାଖରେ ବିଇ, ବିଟେକ୍ ବା ଏମଏସସି ଥିବା ଆବଶ୍ୟକ ।

ବୟସ ସୀମା ଏବଂ ଦରମା :-
ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ବର୍ଷରେ ସ୍ଥିର କରାଯାଇଛି । ସର୍ବାଧିକ ବୟସ ୩୦ ବର୍ଷ ହେବା ଉଚିତ୍ । କେନ୍ଦ୍ର ସରକାରଙ୍କ ନିୟମ ଏବଂ ସର୍ତ୍ତ ଅନୁଯାୟୀ, ଓବିସି, ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ୍ ଦିଆଯିବ । ମନୋନୀତ ପ୍ରାର୍ଥୀଙ୍କୁ ସ୍ତର -୦୭ ଅନୁଯାୟୀ ମାସିକ ୯୦,୦୦୦ ଟଙ୍କା ଦରମା ପ୍ରଦାନ କରାଯିବ ।

ଆବଶ୍ୟକ ଡକ୍ୟୁମେଣ୍ଟ୍ :-
-ଦଶମ ମାର୍କ ସିଟ୍ ।
-ଦ୍ୱାଦଶ ମାର୍କ ସିଟ୍ ।
-ବିଟେକ୍ ଏବଂ ଏମଏସସି ଗ୍ରାଜୁଏସନ ମାର୍କସିଟ୍ ।
-ପ୍ରାର୍ଥୀଙ୍କ ଫଟୋ ଏବଂ ସିଗ୍ନେଚର ।
-ଆଧାର କାର୍ଡ ।
-କାଷ୍ଟ ସାର୍ଟିଫିକେଟ୍
-ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ।

ଏପରି ଆବେଦନ କରନ୍ତୁ :-
-ଆବେଦନ କରିବାକୁ ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ cabsec.gov.in କୁ ଯାଆନ୍ତୁ ।
-ୱେବସାଇଟରେ ଆବେଦନ କରିବା ପୂର୍ବରୁ, ସରକାରୀ ବିଜ୍ଞପ୍ତି ପଢ଼ନ୍ତୁ ।
-ଆବେଦନ ସହ ଜଡ଼ିତ ସମସ୍ତ ଡକ୍ୟୁମେଣ୍ଟ ସିଗ୍ନେଚର, ଫଟୋ, ଆଇଡି ପ୍ରୁଫ୍ ସାବଧାନତାର ସହ ଅପଲୋଡ କରନ୍ତୁ ।
-ଏହା ପରେ ସବମିଟ୍ ହୋଇଥିବା ଆବେଦନ ଫର୍ମର ଏକ ପ୍ରିଣ୍ଟ ଆଉଟ୍ ନିଅନ୍ତୁ ।
ଆବେଦନ ପଠାଇବା ପଦ୍ଧତି ନିମ୍ନରେ ଦେଖାଯାଇପାରେ ।

ଆବେଦନ ଫର୍ମ ପୂରଣ କରିବା ପରେ ଡକ୍ୟୁମେଣ୍ଟଗୁଡିକର କପି ସାଧାରଣ ପୋଷ୍ଟ ଦ୍ୱାରା ଦାଖଲ କରିବାକୁ ପଡିବ । ପୋଷ୍ଟ ବ୍ୟାଗ୍ ନମ୍ବର ୦୦୧, ଲୋଧି ରୋଡ୍, ହେଡ୍ ପୋଷ୍ଟ ଅଫିସ୍, ନୂଆଦିଲ୍ଲୀ -୧୧୦୦୩ ।

Get real time updates directly on you device, subscribe now.