fbpx

ଯୁଦ୍ଧ ଭିତରେ ଜରୁରୀକାଳୀନ ସରକାର ଗଠନ କଲା ଇସ୍ରାଏଲ

ଓଡ଼ିଶା ଭାସ୍କର: ଜରୁରୀକାଳୀନ ସରକାର ଗଠନ କରିବାକୁ ଯାଉଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମୁଖ୍ୟ ତଥା କେନ୍ଦ୍ରୀୟ ବିରୋଧୀ ଦଳର ନେତା ବେନି ଗାଣ୍ଟ୍ଜ । ଉଭୟଙ୍କ ସହମତିରେ ସରକାର ଗଠନ କରାଯାଉଥିବା ନେଇ ଗାଣ୍ଟ୍ଜଙ୍କ ନ୍ୟାସନାଲ ୟୁନିଟି ପାର୍ଟି ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଉଭୟଙ୍କ ସହଯୋଗୀ ନିଷ୍ପତ୍ତିରେ ନେତାନ୍ୟାହୁ, ଗାଣ୍ଟ୍ଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କୁ ନେଇ ଯୁଦ୍ଧକାଳୀନ କ୍ୟାବିନେଟ୍ ଗଠନ କରାଯିବ । ଏହି ଜରୁରୀକାଳୀନ ସରକାରଙ୍କ ପ୍ରାଥମିକ ପ୍ରତିଶ୍ରୁତି ହେଉଛି ଏହି ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ କୌଣସି ଅସମ୍ପୃକ୍ତ ନୀତି କିମ୍ବା ଆଇନକୁ ଆଗେଇ ନେବାରୁ ଦୂରେଇ ରହିବ ।

ଏଥି ସହିତ ଗାଜାରେ ହମାସ ସହ ଚାଲିଥିବା ଯୁଦ୍ଧର ସମାଧାନ ଉପରେ ବିଶେଷ ଧ୍ୟାନ ଦେବ । ଏହା ପୂର୍ବରୁ ଇସ୍ରାଏଲର ଶାସକ ମେଣ୍ଟ ଗତ ସପ୍ତାହରେ ହମାସ ଦ୍ୱାରା ଆରମ୍ଭ ହୋଇଥିବା କ୍ରମାଗତ ମାରାତ୍ମକ ଆକ୍ରମଣ ପରେ ବିରୋଧୀଙ୍କ ସହ ମିଶି ଜରୁରୀକାଳୀନ ସରକାର ଗଠନ କରିବାକୁ ସଂକଳ୍ପ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ରାଜନୈତିକ ଦଳ ଲିକୁଡ ମଙ୍ଗଳବାର ଦିନ ଜାରି କରିଥିବା ଏକ ବିବୃତ୍ତିରେ ଘୋଷଣା କରିଛନ୍ତି, “କିଛି ନ ଭାବି ମେଣ୍ଟର ସମସ୍ତ ମୁଖ୍ୟ ଏକ ଜାତୀୟ ଜରୁରୀକାଳୀନ ସରକାର ଗଠନକୁ ସମର୍ଥନ କରିଥିଲେ ଏବଂ ଏହାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ କ୍ଷମତା ଦେଇଥିଲେ ।

Get real time updates directly on you device, subscribe now.