fbpx

Israel-hamas War… ଦେଶଭକ୍ତିର ନୂଆ ଚେହେରା… ‘ଇଣ୍ଡିଆ’ ଛାଡ଼ି ବନ୍ଧୁକ ଧରିଲେ ସାମ୍ବାଦିକ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଇସ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ରକେଟ୍ ମାଡ କରିଚାଲିଛି । ଯେଉଁଥିରେ ଅନେକ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇଛି । ଜବାବ ଦେବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନହୁ ୩ଲକ୍ଷରୁ ଅଧିକ ସୌନ୍ୟଙ୍କୁ ବି ଡାକିଲେଣି । ଆଉ ଏହି ଯୁଦ୍ଧରେ ସାଧାରଣ ଲୋକଙ୍କୁ ବି ସାମିଲ ହେବାକୁ ବି ଅନୁରୋଧ କରାଯାଇଛି ।

ଏହି ସମୟରେ, ଜଣେ ଇସ୍ରାଏଲ୍ ସାମ୍ବାଦିକ ହାମାସକୁ ଜବାବ ଦେବା ପାଇଁ ଅସ୍ତ୍ର ଉଠାଇବାକୁ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସାମ୍ବାଦିକଙ୍କ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ନିଜ ଦେଶ ପାଇଁ ଲଢ଼ିବା ପୂର୍ବରୁ ସାମ୍ବାଦିକ ହନାନିଆ ନାଫ୍ଟାଲୀ ତାଙ୍କ ପତ୍ନୀଙ୍କୁ ଏକ ହୃଦୟସ୍ପର୍ଶୀ ଟ୍ୱିଟ କରିଛନ୍ତି । ସାମ୍ବାଦିକ ହନାନିଆ ନାଫ୍ଟାଲୀ ଲେଖିଛନ୍ତି, ‘ମୋର ଦେଶ ଇସ୍ରାଏଲର ସେବା ତଥା ସୁରକ୍ଷା ପାଇଁ ମୋତେ ନିଯୁକ୍ତ କରାଯାଇଛି । ମୁଁ ମୋ ପତ୍ନୀ ଇଣ୍ଡିଆଙ୍କୁ ବିଦାୟ ଦେଉଛି, ଯିଏ ମୋତେ ଈଶ୍ୱରଙ୍କ ଆଶୀର୍ବାଦ ଏବଂ ସୁରକ୍ଷା ସହିତ ପଠାଇଛନ୍ତି ।

ବର୍ତ୍ତମାନଠାରୁ ସେ ମୋ ତରଫରୁ ଟ୍ୱିଟରରେ ପୋଷ୍ଟ କରିବେ, ତେଣୁ ତାଙ୍କ ପ୍ରତି ଭଲ ବ୍ୟବହାର କରନ୍ତୁ । ନାଫ୍ଟାଲୀ ଜଣେ ଇସ୍ରାଏଲ୍ ସାମ୍ବାଦିକ । ସେ ଦେଶର ଲୋକଙ୍କୁ ଯୁଦ୍ଧରେ ଲଢ଼ିବାକୁ ଅନୁରୋଧ କରିଛନ୍ତି । ଇସ୍ରାଏଲରେ ପୁରୁଷମାନଙ୍କ ପାଇଁ ୩୨ ମାସ ଏବଂ ମହିଳାମାନଙ୍କ ପାଇଁ ୨୪ ମାସ ସେନାରେ ନିୟୋଜିତ ହେବା ବାଧ୍ୟତାମୂଳକ । ସେଥିପାଇଁ ଇସ୍ରାଏଲର ପ୍ରାୟ ପ୍ରତ୍ୟେକ ନାଗରିକ ଜଣେ ସୈନିକ । ସାମ୍ବାଦିକ ହନାନିଆ ନାଫ୍ଟାଲୀ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ଯିଏ ହାମାସ ସହିତ ଯୁଦ୍ଧ କରିବା ପାଇଁ ପୁନର୍ବାର ସେନାବାହିନୀରେ ଯୋଗଦେଇଛନ୍ତି । ବାସ୍ତବରେ, ନାଫ୍ଟାଲୀଙ୍କ ପତ୍ନୀଙ୍କ ନାମ ଇଣ୍ଡିଆ । ଆଉ ଇଣ୍ଡିଆ ବି ଜଣେ ସାମ୍ବାଦିକା ।

Get real time updates directly on you device, subscribe now.