fbpx

BIG BREAKING; ଇସ୍ରାଏଲରେ ଫସିଥିବା ଭାରତୀୟଙ୍କ ପାଇଁ ‘ଅପରେସନ ଅଜୟ’ ଲଞ୍ଚ ; ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସୂଚନା

ନୂଆଦିଲ୍ଲୀ : ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସର ରକେଟ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ପଞ୍ଚମ ଦିନ ପାଇଁ ଜାରି ରହିଛି। ଏହି ଯୁଦ୍ଧରେ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରେଇ ଆଣିବାକୁ ଅଣ୍ଟା ଭିଡିଛନ୍ତି ଭାରତ ସରକାର । ଉଭୟ ଦେଶରେ ରହୁଥିବା ଭାରତୀୟ ଲୋକଙ୍କ ପାଇଁ କିଛି ସମୟ ପୂର୍ବରୁ ହେଲ୍ପଲାଇନ ନମ୍ବର ଜାରି କରିଥିବା ବେଳେ ଏବେ ‘ଅପରେସନ ଅଜୟ’ ଲଞ୍ଚ କରିଛନ୍ତି ଭାରତ ସରକାର । ଏନେଇ ଘୋଷଣା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଇସ୍ରାଏଲରେ ଫସିଥିବା ଭାରତୀୟଙ୍କ ପାଇଁ ଏହି ସ୍ପେସିଆଲ ଅପରେସନ କରାଯାଉଛି । ‘ଅପରେସନ ଅଜୟ’ ଲଞ୍ଚ ମାଧ୍ୟମରେ ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଅଣାଯିବ ବୋଲି ସୂଚନା ଦିଆଯାଇଛି ।

ସୂଚନା ଥାଉକି, କିଛି ସମୟ ପୂର୍ବରୁ ଉଭୟ ଦେଶ ଇସ୍ରାଏଲ ଓ ପାଲେଷ୍ଟାଇନରେ ରହୁଥିବା ଭାରତୀୟ ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଥିଲେ ଭାରତ ସରକାର । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ କିମ୍ବା ଅନ୍ୟାନ୍ୟ ତକ୍ରାଳ ଆବଶ୍ୟକତା ସ୍ଥିତିରେ ଭାରତୀୟ ପ୍ରବାସୀମାନଙ୍କୁ ସହାୟତା ଯୋଗାଇବା । ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟମାନେ ସେଲଫୋନ୍ ମାଧ୍ୟମରେ ୦୫୯୨୯୧୬୪୧୮ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ +୯୭୦୫୯୨୯୧୬୪୧୮ ରେ ସମ୍ପର୍କ କରି ସାହାଯ୍ୟ ମାଗିପାରିବେ । ଆହୁରି ମଧ୍ୟ, ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ଚାଲିଥିବା ବିକାଶକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ନଜର ରଖିବା ଏବଂ ସୂଚନା ଏବଂ ସହାୟତା ଯୋଗାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । କଣ୍ଟ୍ରୋଲ୍ ରୁମର ଯୋଗାଯୋଗ ବିବରଣୀ ହେଉଛି ୧୮୦୦୧୧୮୭୯୭ (ଟୋଲ୍ ଫ୍ରି) । + ୯୧-୧୧ ୨୩୦୧୨୧୧୩; + ୯୧-୧୧-୨୩୦୧୪୧୦୪; + ୯୧-୧୧-୨୩୦୧୭୯୦୫; +୯୧୯୯୬୮୨୯୧୯୮୮ ଏବଂ [email protected] । ତେଲ ଅଭିବରେ ଥିବା ଭାରତୀୟ ଦୂତାବାସ ଏକ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ ସ୍ଥାପନ କରିଛି: + ୯୭୨-୩୫୨୨୬୭୪୮; + ୯୭୨-୫୪୩୨୭୮୩୯୨; [email protected] ।

Get real time updates directly on you device, subscribe now.