fbpx

ନ ଅଟକି ଏକା ଥରେ ୫ କିଲୋର ସିଙ୍ଗଡା ଖାଇଲେ ବ୍ୟକ୍ତି

ନୂଆଦିଲ୍ଲୀ : ଖାଇବା ପିଇବା ସମସ୍ତଙ୍କୁ ପସନ୍ଦ । କିଛି ଲୋକଙ୍କୁ ଖାଇବା ଏତେ ପସନ୍ଦ ସେମାନେ ସବୁକିଛି ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଗୋଟିଏ ସମୟରେ ବ୍ୟକ୍ତି କିଛି ଲିମିଟେଡ ଖାଇବା ଖାଇ ପାରିବ । ଯେଉଁ ପରି ଭାବରେ ଖାଇବା ନ ଖାଇଲେ ଲୋକଙ୍କ ଦେହ ଖରାପ ହୋଇ ଥାଏ । ସେହି ପରି ଅଧିକ ଖାଇବା ଦ୍ୱାରା ମଧ୍ୟ ଅଧିକ ଲୋକଙ୍କ ଦେହ ଖରାପ ହୋଇଥାଏ । ମଣିଷର ପେଟରେ ଅନେକ ସମସ୍ୟା ମଧ୍ୟ ଆସିପାରେ । ଏହି ବ୍ୟକ୍ତି ଜଣଙ୍କ ଉପରେ ସେହି ନିୟମ ଲାଗୁ ହୋଇଛି । ୫ କିଲୋ ସିଙ୍ଗଡା ଖାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଆପଣ ଦେଖିବେ ଜଣେ ବ୍ୟକ୍ତି ୫ କିଲୋର ସିଙ୍ଗଡା ଖାଉଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣଙ୍କ ସିଙ୍ଗଡା ଖାଇବା ଆରମ୍ଭ କରିବା ପରେ ଆଉ ଅଟକି ନାହାନ୍ତି । ଲଗାତାର ଖାଇବାକୁ ଲାଗିଛନ୍ତି । ତାଙଙ୍କୁ ଦେଖିବା ପରେ ଲାଗୁଛି ତାଙ୍କ ଧ୍ୟାନ ପୁରା ସିଙ୍ଗଡା ଖାଇବା ଉପରେ ଅଛି । ଏହି ଭିଡିଓର ବ୍ୟାଗରାଉଣ୍ଡରେ “ମେ ରାବଣ ହୁଁ” ଗୀତ ଶୁଣିବାକୁ ମିଳୁଛି । ତେବେ ଏହି ବ୍ୟକ୍ତି ଜଣଙ୍କ ଅଲଗା ଅଲାଗା ଖାଇବା ଚ୍ୟାଲେଞ୍ଜ ସବୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରନ୍ତି । ଏହି ଭିଡିଓକୁ sagar_sankpal93 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଆକାଉଣ୍ଟରେ ଏହି ବ୍ୟକ୍ତିଙ୍କର ଅଲଗା ଅଲଗା ଖାଇବା ଭିଡିଓ ମଧ୍ୟ ଆପଣ ଦେଖିବାକୁ ପାଇବେ । ଏହି ଭିଡିଓକୁ ଏକ ଲକ୍ଷ ୨୦ ହଜାର ଲୋକ ଦେଖି ସାରି ଛନ୍ତି । କମେଣ୍ଟରେ ଲୋକମାନେ ବିଭିନ୍ନ କଥା ମଧ୍ୟ ପୋଷ୍ଟ କରିଛନ୍ତି ।

Get real time updates directly on you device, subscribe now.