fbpx

ଆରମ୍ଭ ହେଲା ‘ଲକ୍ଷ୍ମୀ ଯୋଜନା’ : ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଆଜି ରାଜ୍ୟରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାକୁ ଏହି ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହି ସେବା ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯୋଡି ହୋଇରହିବ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ । ଏହା ଗାଁ ଗାଁରେ ସମୃଦ୍ଧି ଆଣିବ, ଅର୍ଥନୀତିକୁ ସୁଦୃଢ଼ କରିବା’ ଏହା ବ୍ୟତୀତ ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ି ରଖିବ । ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଆଗରୁ ମଧ୍ୟ ଅନେକ ଯୋଜନା ମାଲକାନଗିରିରୁ ଶୁଭାରମ୍ଭ କରିଥିବା ବେଳେ ଏହି ଯୋଜନାକୁ ବି ମାଲକାନଗିରିରୁ ଆରମ୍ଭ କରୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଜିଲ୍ଲା ସଦର ଷ୍ଟାଡିୟମ ନିକଟ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ବସକୁ ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ବସଯୋଗେ ଏମଭି ୩କୁ ଯାତ୍ରା ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.