fbpx

Big News; ମୋଦୀଙ୍କୁ ଭେଟିବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ!

ଓଡିଶା ଭାସ୍କର; ଚଳିତ ବର୍ଷ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ରହିଛି । ତେବେ ଏହି ସମ୍ଭାବ୍ୟ ବୈଠକକୁ ନେଇ ଋଷିଆ ଏବଂ ଭାରତ ମଧ୍ୟରେ ଆଲୋଚନା ଚାଲିଛି। ଏହା ସହ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାବେ ଏପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ଆଲୋଚନା ଚାଲିଛି ବୋଲି ସୂଚନା ମିଳିଛି ।

ମସ୍କୋରେ ଭାରତର ରାଷ୍ଟ୍ରଦୂତ ପୱନ କପୁରଙ୍କ ଅନୁଯାୟୀ, ଚଳିତ ବର୍ଷ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭାବ୍ୟ ବୈଠକକୁ ନେଇ ଆଲୋଚନା ଚାଲିଛି । ଏହା ସହ ଗୁରୁତ୍ୱପୂର୍ଣ୍ଣ ଭାବେ ଏପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ଆଲୋଚନା ଚାଲିଛି । ଏନେଇ ଋଷିଆର ନ୍ୟୁଜ ଏଜେନ୍ସି ଆରଆଇ ପ୍ରକାଶିତ ଖବର ମାଧ୍ୟମରେ ସୂଚନା ଦେଇଛି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ କାହିଁକି ଏବଂ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚନା ହେବ ତାକୁ ନେଇ ଭାରତରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଯେ, ଋଷିଆର ରାଷ୍ଟ୍ରପତି ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ସମ୍ମିଳନୀରେ ଭାଗ ନେବାକୁ ଚାଇନା ଗସ୍ତରେ ଅଛନ୍ତି। ସେହି ସମୟରେ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚନା ହେବା ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ଭାରତ ସମେତ ଚାଇନାରେ ବି ଚର୍ଚ୍ଚା ହେଉଥିବା କୁହାଯାଉଛି । କାରଣ କିଛି ଦିନ ହେବ ସୀମା ବିବାଦକୁ ନେଇ ଚାଇନା-ଭାରତ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ଋଷିଆ ସହ ଭାରତର ସମ୍ପର୍କ ସଦୃଢ଼ ହେବାରେ ଲାଗିଛି।

 

Get real time updates directly on you device, subscribe now.