fbpx

BREAKING NEWS; ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି ; ମିଳିଲା Z ବର୍ଗ ସୁରକ୍ଷା

ନୂଆଦିଲ୍ଲୀ; କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିବା ଖବର ଆସି ପହଞ୍ଚିଛି । ପୂର୍ବରୁ ଜୟଶଙ୍କରଙ୍କ ସୁରକ୍ଷା Y ବର୍ଗରେ ଥିବା ବେଳେ ଏବେ ତାଙ୍କର ସୁରକ୍ଷାକୁ Z ବର୍ଗରେ ବୃଦ୍ଧି କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଜୟଶଙ୍କରଙ୍କ ସୁରକ୍ଷା ପାଇଁ Z ବର୍ଗର ୩୬ ଜଣ CRPF କମାଣ୍ଡୋ ନିୟୋଜିତ ହେବେ ।

ସୂଚନା ଥାଉକି,  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷାକୁ Y ରୁ Z କୁ ବଦଳାଇବାର କାରଣ ତାଙ୍କ ପ୍ରତି ବିପଦ ରହିଛି । ଜାରି କରାଯାଇଥିବା ରିପୋର୍ଟରେ ତାଙ୍କ ପ୍ରତି ବିପଦ ଥିବା କୁହାଯାଉଛି। ଏଜେନ୍ସିର ରିପୋର୍ଟ ପରେ ଗୃହ ମନ୍ତ୍ରଣାଳୟ ଏହି ବଡ ପଦକ୍ଷେପ ନେଇଛି। Y ବର୍ଗରୁ ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷାକୁ Z ବର୍ଗରେ ବୃଦ୍ଧି କରାଯାଇଛି।

Get real time updates directly on you device, subscribe now.