fbpx

୩୪ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହେବାକୁ ଅପେକ୍ଷା କରିଛି ଫରିଦାବାଦ-ନୋଏଡା-ଗାଜିଆବାଦ ଏକ୍ସପ୍ରେସୱେ

ନୂଆଦିଲ୍ଲୀ : ଫରିଦାବାଦ-ନୋଏଡା-ଗାଜିଆବାଦ ଏକ୍ସପ୍ରେସୱେ ନିର୍ମାଣ କରିବାର ଫଇସଲା ୧୯୮୯ରେ ହୋଇଥିଲା । କିନ୍ତୁ ୩ ଦଶକ ବିତି ଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ନାହିଁ । ରାଷ୍ଟ୍ରିୟ ରାଜଧାନୀକୁ ୩ ଟି ସହରରେ ଯୋଡିବା ପାଇଁ ଏହି ଏକ୍ସପ୍ରେସୱେ ପରିଦାବାଦରୁ ଆରମ୍ଭ ହୋଇ ଗାଜିଆବାଦରେ ସମାପ୍ତ ହୋଇଥାଏ । ବିଭିନ୍ନ କାରଣରୁ ଏହା ନିର୍ମାଣ ହୋଇ ପାରିନାହିଁ । କିନ୍ତୁ ଏହି ଏକ୍ସପ୍ରେସୱେର ସବୁ କାମ ନୋଏଡାରେ ପୂରଣ ହୋଇ ସାରିଛି । ନୋଏଡାରେ ଜମୁନା ନଦୀ ଉପରେ ଏକ ପୋଲ ନିର୍ମାଣ ହେବା ପାଇଁ ଅଧିକାରୀମାନଙ୍କ ସାହାର୍ଯ୍ୟ ମଗା ଯାଇଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ କଥା ଆଗକୁ ବଢି ପାରି ନାହିଁ ।

ପ୍ଲାଏ ଓଭର ପାଇଁ ଧିର ଗତିରେ କାମ ଚାଲୁଥିବାରୁ ଏପେ ପର୍ଯ୍ୟନ୍ତ କାମ ପୂରଣ ହୋଇ ନାହିଁ । ଏବେ ଏହା ସ୍ଥିତି ରହିଛି ଏହି ୩ ଟି ସହର ମଧ୍ୟରୁ କେଉଁଠାକୁ ଯିବାକୁ ହେଲେ ତାଙ୍କୁ ଦିଲ୍ଲୀ ବାଟରେ ଯିବାକୁ ପଡିବ । ଏହା ଛଡା ନୋଏଡା ପ୍ରାଧିକରଣ ପାଇଁ ଭୂମି ଅଧିଗ୍ରହଣ ସମସ୍ୟାର ସବୁଠାରୁ ବଡ କାରଣ । ଫରିଦାବାଦରେ ରହୁଥିବା ଆର୍କିଟେକ ଅର୍ଚିତ ପ୍ରତାବ ସିଂ କୁହନ୍ତି ୧୯୮୯ ଏହି ଏକ୍ସପ୍ରେସ ୱେ ର୍ନିମାଣ ହେବାକୁ ନିସ୍ପତି ହୋଇଥିଲା । ସେତେବେଳେ ଏହା ପାଇଁ ୧୦୦୦ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । ଏହାର ଉଦେଶ୍ୟ ଥିଲା ୩ ଟି ସହରରେ ଭିଡ କମ କରିବା ପାଇଁ । ଟ୍ରକ ଭାରିଯାନ ଚଳାଚଳ ପାଇଁ ଏହି ଏକ୍ସପ୍ରେସ ୱେ କରିବା ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ ଏହା ଉପରେ ସମସ୍ୟା ଥିଲା । ପୋଲ ନିର୍ମାଣ ଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ , ହରିଆଣା ସରକାରଙ୍କ ମଧ୍ୟରେ ସହମତି ନଥିବାରୁ ଏହି କାର୍ଯ୍ୟ ହୋଇପାରି ନାହିଁ ।

Get real time updates directly on you device, subscribe now.