fbpx

ନିରୀହ ଇସ୍ରାଏଲବାସୀଙ୍କ ଘରେ ପଶି ଖୋଜି ଖୋଜି ହତ୍ୟା କରୁଛନ୍ତି ହାମାସ ଆତଙ୍କବାଦୀ, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ଗାଜା ଅଞ୍ଚଳରେ ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ହୋଇଥିବା ସଂଘର୍ଷରେ ମୃତ୍ୟୁ ସଂଖ୍ୟା ଅତି କମରେ ୪୦୦୦ ରେ ପହଞ୍ଚିଛି । ଇସ୍ରାଏଲ୍ ମାଟିରେ ହାମାସ୍ ଯାହା କରିଛି, ଇସ୍ରାଏଲ୍ ସୈନିକମାନେ ପ୍ରତିଶୋଧ ପରାୟଣ ହୋଇ ପଲଟା ଆକ୍ରମଣ କରି ଗାଜା ଷ୍ଟ୍ରିପ୍ ଉପରେ ହଇଚଇ ସୃଷ୍ଟି କରୁଛନ୍ତି ।

ଏହି ସମୟରେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ସୋମବାର ହାମାସ ଆତଙ୍କବାଦୀଙ୍କ ସୀମା ପାର ହୋଇ ଇସ୍ରାଏଲକୁ ପ୍ରବେଶ କରି ସେମାନଙ୍କ ଘରେ ପ୍ରବେଶ କରିବା ସହ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇବାର ଏକ ଭୟଙ୍କର ଭିଡିଓ ଜାରି କରିଛି । ଭିଡିଓଟି ଅତ୍ୟନ୍ତ ଭୟାନକ, ଯେଉଁଥିରେ ଦେଖାଯାଉଛି ଯେ, ଏହି ଭିଡିଓଟି ହାମାସ ସୈନିକଙ୍କ ବଡି କ୍ୟାମେରା ସହିତ ସୁଟିଂ କରାଯାଇଛି । ତେବେ ଏହି ଭିଡିଓ କେବେ ସୁଟିଂ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । କେତେକ ରିପୋର୍ଟ ଦାବି କରିଛି ଯେ, ଅକ୍ଟୋବର ୭ ରେ ଇସ୍ରାଏଲରେ ହାମାସ ଦ୍ୱାରା ହୋଇଥିବା ଅଚାନକ୍ ଆକ୍ରମଣରେ ଏହା ରେକର୍ଡ କରାଯାଇଥିଲା ।

ଏହି ତିନି ମିନିଟର ଏଡିଡେଟ୍ କ୍ଲିପ୍ରେ ବହୁ ସଶସ୍ତ୍ର ହାମାସ ଆତଙ୍କବାଦୀମାନେ ବାଇକ୍ ଚଳାଇ ଗାଜା ଏବଂ ଦକ୍ଷିଣ ଇସ୍ରାଏଲକୁ ଅଲଗା କରୁଥିବା ଇସ୍ରାଏଲ୍ ସୀମା ପାର ହେଉଥିବା ଦେଖିବାକୁ ମିଳିଛି । ସେମାନେ ଏକ ସୁରକ୍ଷା ବୁଥ ଅତିକ୍ରମ କରି ନାଗରିକଙ୍କ ଘରେ ପ୍ରବେଶ କରିଥିଲେ । ଏସବୁ କରିବାବେଳେ ସେମାନେ ସାଧାରଣ ନାଗରିକଙ୍କ ଉପରକୁ ବନ୍ଧୁକ ଚଳାଇଥିଲେ । ଏହି କ୍ଲିପ୍ ଅନୁଯାୟୀ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆମ୍ବୁଲାନ୍ସର ଟାୟାରକୁ ଗୁଳି ଚଳାଇଥିଲା ।

ଭିଡିଓରେ ହମାସ୍ ଆତଙ୍କବାଦୀମାନେ ଏକ ଘରେ ପ୍ରବେଶ କରୁଥିବା ଦେଖାଯାଇଛି, ଯେଉଁଠାରେ ସଙ୍ଗୀତ ବାଜୁଥିଲା । ଭିଡିଓକୁ ଦେଖିଲା ପରେ ଜଣାପଡୁଛି ଯେ, ଲୋକମାନେ କିଛି ମିନିଟ୍ ପୂର୍ବରୁ ପଳାଇଥିବେ । ଏହା ପରେ ମାଓବାଦୀମାନେ ଘରେ ପଶି ବାସିନ୍ଦାଙ୍କୁ ଖୋଜାଖୋଜି କରିଥିଲେ । ହାମାସ ଆତଙ୍କବାଦୀମାନେ ଘରୁ ବାହାରକୁ ଆସିବା ଏବଂ ଆତଙ୍କବାଦୀଙ୍କୁ ଇସ୍ରାଏଲ୍ ସୈନ୍ୟବାହିନୀ ଦ୍ୱାରା ହତ୍ୟା କରାଯିବା ସହିତ ଭିଡିଓ ଶେଷ ହୋଇଛି । ଆତଙ୍କବାଦୀ ଗୁଳି ଚଳାଇବା ପରେ ତଳେ ପଡ଼ିଯିବାରୁ ତାଙ୍କ ବଡି କ୍ୟାମେରା ଆକାଶ ଆଡକୁ ମୁହାଁଇଯାଇଥିଲା ।

Get real time updates directly on you device, subscribe now.