ଦାରିଙ୍ଗବାଡି; ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଯାଇଛି ଶୀତ । ଶୀତର ପ୍ରଥମ ସ୍ପର୍ଶରେ ଧରାପୃଷ୍ଠ ପୁଲକିତ । ପହିଲି ଶୀତର ଆଗମନରେ ଉତ୍ସାହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ । ସୋମବାର ବା ଆଜି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପହିଲି ଶୀତର ଅନୁଭୂତ ହୋଇଛି । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଭୋର ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଥିବା ଦେଖିବାକୁ ମିଳୁଛି ।
ସର୍ବନିମ୍ମ ୧୫ ଡିଗ୍ରୀ ତାପମାତ୍ରା ରହିଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି । ପାଖାପାଖି ସକାଳ ୮ଟା ପର୍ୟ୍ୟନ୍ତ ହାଲୁକା ଶୀତ ଅନୁଭୂତ ହେବା ସହ ବ୍ୟବହୃତ ପାଣି ମଧ୍ୟ ଥଣ୍ଡା ରହୁଛି । କିଛି କିଛି ଲୋକ ସକାଳ ସମୟରେ ଲୋକେ ଶୀତବସ୍ତ୍ର ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସେହିପରି କିଛି କିଛି ଚାହା ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି । ଅନ୍ୟପଟେ ଶୀତର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡି ଆସିବା ଆରମ୍ଭ ହୋଇଥିବା ବେଳେ ଆସନ୍ତା ପୂଜାଛୁଟି ପାଇଁ ସମସ୍ତ ଲଜ, ହୋଟେଲ, ରିସର୍ଟଗୁଡ଼କ ଆଗୁଆ ବୁକିଂ ହୋଇଥିବା ଜଣାପଡିଛି ।