fbpx

କେନାଲରେ ବୁଡି ଛାତ୍ର ମୃତ୍ୟୁ, ଗାଧୋଇବାକୁ ଯାଇ କେନାଲରେ ବୁଡିଗଲେ

ଭବାନୀପାଟଣା: ଗାଧୋଇବାକୁ ଯାଇ କେନାଲରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି, ଏହି ଘଟଣା ଭବାନୀପାଟଣାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଶାରେ ଭବାନୀପାଟଣାର ବିଶିଷ୍ଟ ବ୍ୟବସାୟୀ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ପୁଅ ପ୍ରୀତିଶ ବେଙ୍ଗାଲୁରୁରେ ରହି ଯୁକ୍ତ ଦୁଇ ପଢ଼ୁଥିଲେ। କିଛିଦିନ ପୂର୍ବରୁ ସେ ଛୁଟିରେ ଘରକୁ ଆସିଥିଲେ।

ସଦର ଥାନା ଗୁଡ଼ିୟାଲିପଦର ରେତ୍ କେନାଲକୁ ଗତକାଲି ସ୍କୁଟିରେ ଗାଧୋଇବାକୁ ଯାଇଥିଲେ । କେନାଲରେ ଗାଧୋଇବା ବେଳେ ସେ ବୁଡ଼ିଯାଇଥିଲେ। ପୁଅ ଘରକୁ ନ ଫେରିବା ଦେଖି ପରିବାର ଲୋକେ କେନାଲରେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏହାପରେ ଆଜି ସକାଳେ ପ୍ରୀତିଶର ମୃତଦେହ କେନାଲରୁ ଉଦ୍ଧାର ହୋଇଥିଲା। ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଅର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ମଧ୍ୟ ଶନସାନ ହୋଇ ଯାଇଛି ।

 

 

Get real time updates directly on you device, subscribe now.