fbpx

୨୦୩୫ ସୁଦ୍ଧା ଭାରତ ସ୍ଥାପନ କରିବ ନିଜସ୍ୱ ମହାକାଶ କେନ୍ଦ୍ର, 2040 ମସିହାରେ ଚନ୍ଦ୍ରକୁ ଯିବ ମାନବ….

ଓଡିଶା ଭାସ୍କର; ଚନ୍ଦ୍ର ଅଭିଯାନରେ ଏକ ଐତିହାସିକ ସଫଳତା ହାସଲ କରିବା ପରେ ବର୍ତ୍ତମାନ ଅନ୍ୟାନ୍ୟ ଅଭିଯାନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ)। ସୂର୍ୟ୍ୟ ଅଭିଯାନ ଲଞ୍ଚ ପରେ ଏବେ ଫୋକସରେ ରହିଛି ଗଗନଯାନ ଅଭିଯାନ । ଯାହାକୁ ନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଖୁବ୍ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ପ୍ରସ୍ତୁତିର ସମୀକ୍ଷା ସହ ଭାରତର ମହାକାଶ ଅଭିଯାନର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ।

ଏହି ଅବସରରେ ଇସ୍ରୋ ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗଗନଯାନ ମିଶନ ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରିଛନ୍ତି । ମିଶନ ସମ୍ପର୍କରେ ବିବରଣୀ ପାଇବା ପରେ ଇସ୍ରୋର କାର୍ୟ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ୨୦୩୫ ସୁଦ୍ଧା ଭାରତ ନିଜସ୍ୱ ମହାକାଶ କେନ୍ଦ୍ର ସ୍ଥାପନ କରିବ। ସେହିପରି ୨୦୪୦ ସୁଦ୍ଧା ଭାରତ ଚନ୍ଦ୍ରକୁ ମାନବ ପଠାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏ ନେଇ କାର୍ୟ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ମୁଖ୍ୟ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଗଗନଯାନର ପ୍ରଥମ ପ୍ରଦର୍ଶନ ଉଡ଼ାଣ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସହ ଇସ୍ରୋ ବୈଜ୍ଞାନିକମାନଙ୍କୁ ମଙ୍ଗଳ ଲ୍ୟାଣ୍ଡରର ଶୁକ୍ର ଅର୍ବିଟର ମିଶନରେ କାମ କରିବାକୁ ମୋଦୀ କହିଛନ୍ତି ।

Get real time updates directly on you device, subscribe now.