fbpx

ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ

ଓଡ଼ିଶା ଭାସ୍କର: ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା । ଇସ୍ରାଏଲ ପକ୍ଷରୁ ରକେଟ ମାଡ଼ ହୋଇଥିବା ହମାସ୍‌ର ଅଭିଯୋଗ । ହମାସ୍‌ର ଅଭିଯୋଗକୁ ଖଣ୍ଡନ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଆତଙ୍କବାଦୀଙ୍କ ପକ୍ଷରୁ ରକେଟ ମାଡ଼ ହୋଇଥିବା ନେଇ ନେତାନ୍ୟାହୁଙ୍କ ସୂଚନା । ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁୁଦ୍ଧ। ୧୨ଦିନରେ ପହଞ୍ଚିଛି ଆକ୍ରମଣ- ପ୍ରତି ଆକ୍ରମଣ ।  ଅକ୍ଟୋବର ୭ ତାରିଖରେ ଗାଜାରୁ ଆତଙ୍କବାଦୀ ସଂଗଠନ ହମାସ, ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଗାଜାରେ ବଡ଼ ଏୟାରଷ୍ଟ୍ରାଇକ ।

ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୪୨୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ବ୍ରିଟେନରେ ଥିବା ପାଲେଷ୍ଟାଇନ ମିଶନର ମୁଖ୍ୟ ହୁସାମ ଜୋମଲୋଟ୍ କହିଛନ୍ତି ଯେ ଗାଜାରେ ପ୍ରକୃତ ମୃତ୍ୟୁ ସଂଖ୍ୟା ବହୁତ ଅଧିକ କାରଣ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି । ଏହି ଯୁଦ୍ଧ ଯୋଗୁଁ ଆହୁରି ସଂଘର୍ଷ ବଢିବାର ସମ୍ଭାବନା ରହିଥିବା ନେଇ ପ୍ରକାଶ କରିଛନ୍ତି । ଏପରି ପରିସ୍ଥିତିରେ ଇସ୍ରାଏଲ ସେନା ଗାଜାରେ ସ୍ଥଳ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି ବୋଲି ହମାସ୍ କହିଛି ।  ଏହା ପୂର୍ବରୁ ଆଇଡିଏଫ କହିଥିଲା ଯେ ହସ୍ପିଟାଲ ଉପରେ ଆକ୍ରମଣ ପାଇଁ ଇସଲାମିକ ଜିହାଦ ଦାୟୀ । ଆଇଡିଏଫ କହିଛି ଯେ ଶତ୍ରୁ ଇସ୍ରାଏଲ ଉପରେ ଅନେକ ରକେଟ୍ ଆଇନ ଲଗାଇଛି।

Get real time updates directly on you device, subscribe now.