ଓଡ଼ିଶା ଭାସ୍କର: ୨୦୨୩ କ୍ରିକେଟ ବିଶ୍ୱକପ୍ରେ ପଛୁଆ ଦଳ ସବୁ କମାଲ କରୁଛନ୍ତି । ଆଗୁଆ ଦଳ ମାନଙ୍କୁ ହରାଇ ଦେଉଛନ୍ତି । ବହୁତ ବହୁତ ବ୍ୟବଧାନରେ ହରଉଛନ୍ତି ପଛୁଆ ଦଳ । ହଁ ଆଜ୍ଞା ଚାଲିଛି ବିଶ୍ୱକପ୍ର ମହାମୁକାବିଲା । ଯୋରଦାର ପୟାସ କରୁଛନ୍ତି ଦଳମାନେ । ଆଉ ଏହାରି ଭିତରେ ବାଂଲାଦେଶର ଟାର୍ଗେଟରେ ରହିଛି ଭାରତ । ମନସ୍ତ କରିଛି କି ଭାରତକୁ ୧୦୦ ରନ୍ରେ ଅଲଆଉ କରିବ ବୋଲି । ଡୋମିନେଣ୍ଟ କରି ଭାରତକୁ ହରାଇବ ବୋଲି । ବିଶ୍ୱକପ୍ରେ ଭାରତ ଆମ ଠାରୁ ବିଜୟ ହାସଲ କରିପାରିବ ନାହିଁ ବୋଲି ଇଚ୍ଛ ରଖିଛି । ଏମିତି ଏଥିପାଇଁ ଭାବୁଛି କାରଣ ବିଶ୍ୱକପ୍ରେ ଭାରତକୁ ୩ଥର ହରାଇଛି ବାଂଲାଦେଶ ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଯାଉଛି ଘମାସାନ ମ୍ୟାଚ୍ । ୧୯ ତାରିଖରେ ଉଭୟ ମୁହାଁମୁହିଁ ହେବେ ।
ପୁନ୍ନେ ଷ୍ଟାଡିୟମରେ ରଣହୁଙ୍କାର ଦେବେ ଦୁଇ ଦଳ । ଯଦି ଦେଖିବା ଉଭୟ ଦଳ ହେଉଛି ଏସିୟ ଦଳ । ଉଭୟଙ୍କର ଦଳ ପୁରା ଶକ୍ତ ରହିଛି । କିନ୍ତୁ ବାଂଲାଦେଶ ଚିନ୍ତା କରିଥିବକି ଭାରତକୁ ୧୦୦ ରନ୍ରେ ଅଲଆଉଟ କରି ଡୋମିନେଣ୍ଟ କରି ହରାଇବ ବୋଲି । କାରଣ ପଛୁଆ ଦଳ ମାନେ ଭଲ ପ୍ରଦର୍ଶନ କରୁଥିବା ବେଳେ ବାଂଲାଦେଶ ମଧ୍ୟ ସେଇଆ ଆଶା ରଖିଛି କେମିତି ଭଲ ପ୍ରଦର୍ଶନ କରିବ । ତେବେ ବାଂଲାଦେଶ ପାଇଁ ଏହି ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ପୂର୍ବରୁ ବାଂଲାଦେଶ ୨ଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ରେ ବିଜୟ ହାସଲ କରିଛି । ସେହିପରି ଭାରତ ୩ଟିରୁ ୩ଟି ମ୍ୟାଚ୍ରେ ବିଜୟ ହାସଲ କରିଛି । ଯଦି ଦେଖିବା ବିଶ୍ୱକପ୍ରେ ଭାରତ ଏବଂ ବାଂଲାଦେଶ ୪ଥର ମୁହାଁ ମୁହିଁ ହୋଇଛନ୍ତି । ଏହି ୪ଟି ମ୍ୟାଚରୁ ବାଂଲାଦେଶ ୩ଟିରେ ବିଜୟ ହାସଲ କରିଥିବା ବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ରେ ବିଜୟ ହାସଲ କରିଛି । ଆଉ ସେଥିପାଇଁ ବୋଧ ହୁଏ ବାଂଲାଦେଶ ପୁଣିଥରେ ଭାରତକୁ ହରାଇବା ପାଇଁ ଲକ୍ଷ ରଖିଥିବ ।