fbpx

AUS vs PAK; ବାବର ସେନା ଆଗରେ ୩୬୮ ରନର ଲକ୍ଷ୍ୟ ରଖିଲା କଙ୍ଗାରୁ ଦଳ

ଓଡ଼ିଶା ଭାସ୍କର : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପ ମ୍ୟାଚରେ ପାକିସ୍ତାନ ଆଗରେ ରନର ବିଶାଳ ଲକ୍ଷ୍ୟ ରଖିଛି କଙ୍ଗାରୁ ଦଳ । ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଅଷ୍ଟ୍ରେଲିଆର ଭଲ ପ୍ରଦର୍ଶନ ପାକିସ୍ତାନକୁ ଅଡ଼ିଆରେ ପକାଇଥିଲା । ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ଓ୍ବାର୍ଣ୍ଣର ଓ ମିଚେଲ ମାର୍ସ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ଉଭୟ ଓପନର ପ୍ରଥମ ଓ୍ବିକେଟ ଯୋଡ଼ିରେ ରେକର୍ଡ ୨୫୯ ରନ କରିଥିଲେ । ଓ୍ବାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ କରି ୧୬୩ ରନ କରିଥିବାବେଳେ ମାର୍ସ ୧୨୧ ରନ କରିଥିଲେ । ତେବେ ଏହି ଦୁଇ ଓ୍ବିକେଟର ପତନ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ଓ ନିମ୍ନକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୫ଟି ଓ୍ବିକେଟ ନେଇଥିବାବେଳେ ହାରିସ୍ ରୌଫ ୩ଟି ଓ୍ବିକେଟ ନେଇଥିଲେ । ଉସାମା ମୀର ଗୋଟିଏ ଓ୍ବିକେଟ ନେଇଥିଲେ ।

Get real time updates directly on you device, subscribe now.