୨୪ ବର୍ଷର ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତି ଗିରଫ, ସାମ୍ନାକୁ ଆସିଲା ହତ୍ୟାର ରହସ୍ୟ

ଜୟପୁର : ଶୁକ୍ରବାର ଦିନ ଜୟପୁରରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଦୁଇଜଣ ଯୁବକ ପୂଜା ଯାଦବ ନାମକ ଜଣେ ଯୁବତୀଙ୍କ ଘରେ ପଶି ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଘଟଣାରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା ।

ଏହି ମାମଲାରେ ପୋଲିସ ଫରିଦାବାଦ ନିବାସୀ ଅଭିଯୁକ୍ତ ରକିକୁ ଗିରଫ କରିଛି । ସୂଚନା ଅନୁସାରେ ରକିର ଭାଇ କୃଷ୍ଣ ପ୍ରଧାନ ଏବଂ ମୃତ ପୂଜା ଯାଦବଙ୍କ ସମ୍ପର୍କ ଥିଲା । କିନ୍ତୁ ରକି ଏହାକୁ ପସନ୍ଦ କରୁ ନଥିଲା । ଯାହା ଫଳରେ ସେ ପୂଜା ଯାଦବଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲା । ତେବେ ଏହି ଘଟଣା ୨୭ ଅକ୍ଟୋବରରେ ଘଟିଥିଲା । ୨୭ ଅକ୍ଟୋବରରେ ଏକ କଲ ପୋଲିସକୁ ଯାଇଥିଲା ଏହା ପରେ କହିଥିଲେ ମୁଁ ତାଙ୍କ ଭଉଣୀକୁ ହତ୍ୟା କରୁଛି କଲରେ ବ୍ୟକ୍ତି ଜଣକ ତାଙ୍କ ନାମ ମନୋଜ ବୋଲି କହିଥିଲେ ।

ଏହା ପରେ ଅଭିଯୁକ୍ତି ହତ୍ୟାକାଣ୍ଡର ଠିକଣା ଦେଇଥିଲା । ପରେ ପୋଲିସ ସେଠାରେ ପହଞ୍ଚିବା ପରେ ତଦନ୍ତ କରିଥିଲା ଏହା ପରେ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ତେବେ ଘଟଣାର ତଦନ୍ତ କରିବା ପରେ ଜଣା ପଡିଛି ମୃତ ପୂଜାଙ୍କର କୃଷ୍ଣ ପ୍ରଧାନ ସହ ଅନୈତିକ ସମ୍ପର୍କଥିଲା ।