fbpx

ପୁଣି ଥରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଜୋରଦାର ଝଟକା, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲା ମାମଲାରେ ଜେଲ୍‌ରେ ସଜା କାଟୁଥିବା ମନୀଷ ସିସୋଦିଆଙ୍କୁ ପୁଣି ଥରେ କୋର୍ଟ ପକ୍ଷରୁ ଜୋରଦାର ଝଟକା ଲାଗିଛି । ସୁପ୍ରିମକୋର୍ଟ ତାଙ୍କ ଜମାନତ ଆବେଦନ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟର ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ପୀଠ ସିବିଆଇ ଓ ଇଡି ଜରିଆରେ ସିସୋଦିଆଙ୍କ ବିରୁଦ୍ଧରେ ଯାଞ୍ଚ କରାଯାଉଥିବା ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ସୁପ୍ରିମକୋର୍ଟ ଏହା ପୂର୍ବରୁ ଦିଲ୍ଲୀ ଏକ୍ସସାଇଜ୍ ପଲିସି ଓ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ଦାୟର ଯାଚିକାକୁ ନେଇ ସିବିଆଇ ଓ ଇଡିକୁ ବହୁ ପ୍ରଶ୍ନ ପଚାରିଥିଲେ । କୋର୍ଟ ଏହା ମଧ୍ୟ କହିଥିଲେ କି କାହାକୁ ସାରା ଜୀବନ ତ ଜେଲ୍‌ରେ ରଖାଯାଇ ପାରିବ ନାହିଁ ।

ତେବେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ କରିବା ସମୟରେ କୋର୍ଟ କହିଛନ୍ତି ଏବେ ଟ୍ରାଏଲ୍ ଆରମ୍ଭ ହେବାକୁ ଦିଅନ୍ତୁ । ଏହାର ୩ ମାସ ପରେ ନୂଆ ଆବେଦନ ଦାଖଲ କରାଯାଇପାରିବ । ଏଠାରେ ସୂଚାଇ ଦିଆଯାଇପାରେ କି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ମଦ ଘୋଟାଲା ମାମଲାରେ ଗତ ଫେବୃୟାରୀରୁ ଜେଲ୍‌ରେ ରହି ଆସୁଛନ୍ତି । ସୁପ୍ରିମକୋର୍ଟ ଏହାପୂର୍ବରୁ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତିକୁ ସଂରକ୍ଷିିତ ରଖିଥିଲେ କିନ୍ତୁ ଆଜି ଏହି ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ।

Get real time updates directly on you device, subscribe now.