fbpx

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ କ୍ୟାବିନେଟ୍‌ରେ କଲେ ଅଦଳବଦଳ, ପୂର୍ବତନ ପ୍ରଧାନମନ୍ତ୍ରୀ ଡାଭିଡ୍ କାମେରନଙ୍କୁ କଲେ ବିଦେଶ ସଚିବ

ନୂଆଦିଲ୍ଲୀ: ନିଜର ଏକ ଅପ୍ରତ୍ୟାଶିତ ନିଷ୍ପତ୍ତିରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଭିଡ୍ କାମେରନଙ୍କୁ ବିଦେଶ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି । ସୁଏଲା ବ୍ରେଭରମ୍ୟାନଙ୍କୁ ପଦରୁ ହଟାଇବା ପରେ ସୁନକଙ୍କର ଏହା ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ।

ଡାଭିଡ୍ କାମେରନଙ୍କୁ ବ୍ରିଟେନ ସରକାରରେ ବିଦେଶ, ରାଷ୍ଟ୍ରମଣ୍ଡଳ ଓ ବିକାଶ ମାମଲା ରାଷ୍ଟ୍ର ସଚିବ ଭାବରେ ନିଯୁକ୍ତ କରାଯାଇଛି । ସୁନକ ଏକ ବଡ ଧରଣର କ୍ୟାବିନେଟ୍ ଅଦଳବଦଳରେ ପୂର୍ବତନ ପ୍ରଧାନମନ୍ତ୍ରୀ କାମେରନଙ୍କୁ ନୂଆ ବିଦେଶ ସଚିବ ଭାବରେ ନିଯୁକ୍ତ କରିଛନ୍ତି । ଡାଉନିଂ ଷ୍ଟ୍ରିଟ୍ ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅପ୍ରତ୍ୟାଶିତ ନିଯୁକ୍ତି, ସୁଏଲା ବ୍ରେଭରମ୍ୟାନଙ୍କୁ ଗୃହ ସଚିବ ପଦରୁ ହଟାଇବା ଓ ଜେମସ୍ କ୍ଲେଭରଲିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦେବା ପରେ ହୋଇଛି ।

ତେବେ ଏକ ରିପୋର୍ଟରୁ ଜଣାପଡିଛି ଗତ ସପ୍ତାହରେ ସୁଏଲା ବ୍ରେଭରମ୍ୟାନ ପାଲେଷ୍ଟାଇନ୍ ସମର୍ଥକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଏକ ଟିପ୍ପଣୀ ରଖିଥିଲେ । ସୁଏଲା ବ୍ରିଟେନ ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ତାଙ୍କୁ ବରଖାସ୍ତ କରିବାକୁ ସୁନକଙ୍କ ଉପରେ ଚାପ ପଡି ଆସୁଥିଲା ।

Get real time updates directly on you device, subscribe now.