fbpx

(video)ସେଲ୍‌ଫି ନେବାକୁ ଆସିଥିବା ପ୍ରଶଂସକଙ୍କୁୁ ମାରିଲେ ଥାପ୍ପଡ, ଫ୍ୟାନ୍ସ କହିଲେ ଏହା ନାନାଙ୍କ ଅସଲ ରୂପ

ମୁମ୍ବାଇ: ଫ୍ୟାନ୍ସ ପ୍ରାୟତଃ ନିଜର ପ୍ରିୟ ସେଲିବ୍ରିଟିଙ୍କ ସହ ସେଲ୍‌ଫି ନେବା ଲାଗି ଉତ୍ସାହିତ ହୋଇ ରହିଥାନ୍ତି । କିନ୍ତୁ ଏହା ସେଲିବ୍ରିଟିଙ୍କ ମୁଡ୍ ଉପରେ ନିର୍ଭର କରିଥାଏ କି ସେମାନେ ତାଙ୍କ ସହ କିପରି ବ୍ୟବହାର କରିବେ । କିନ୍ତୁ ଜଣେ ସେଲିବ୍ରିଟି ସେଲଫି ନେବାକୁ ଚାହୁଁଥିବା ଜଣେ ଫ୍ୟାନ୍‌ଙ୍କୁ ଥାପ୍ପଡ ମାରିବା ନିଶ୍ଚିତ ଭାବେ ଅଶୋଭନୀୟ ଆଚରଣ । ଏହି ସେଲିବ୍ରିଟି ହେଉଛନ୍ତି ନାମୀ ଅଭିନେତା ନାନା ପାଟେକର । ସୋସିଆଲ ମିଡିଆରେ ଏବେ ନାନାଙ୍କର ଏହି ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି ତାଙ୍କ ସହ ସେଲଫି ନେଉଥିବା ଜଣେ ଫ୍ୟାନ୍‌ଙ୍କୁ ସେ ଥାପ୍ପଡ ମାରୁଛନ୍ତି । ଏହି ଭିଡିଓ ବାରାଣସୀର ଯେଉଁଠି ନାନା ନିଜର ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ନାନା ଧୂସର ରଙ୍ଗର ଏକ କୋଟ୍ ସହିତ ଧୂସର ରଙ୍ଗର ଟୋପି ମୁଣ୍ଡରେ ଲଗାଇଛନ୍ତି । ଏହି ସମୟରେ ଜଣେ ଫ୍ୟାନ୍ ତାଙ୍କ ସହ ସେଲଫି ନେବାକୁ ଆସୁଛି । ଏହି ସମୟରେ ନାନା ରାଗି ଯାଉଛନ୍ତି ଓ ତାଙ୍କ ମୁଣ୍ଡକୁ ଏକ ଜୋରଦାର ଥାପ୍ପଡ ମାରୁଛନ୍ତି ।

କଥା ଏତିକିରେ ସରୁନାହିଁ ନାନା ଥାପ୍ପଡ ମାରିବା ପରେ ସେଠାରେ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କ ବେକକୁ ଧରି ତାଙ୍କୁ ସେଠାରୁ ବାହାର କରି ଦେଉଛନ୍ତି । ଦୁନିଆ ଆଗରେ ନିଜକୁ ଜଣେ ସରଳ ଜୀବନଯାପନ କରୁଥିବା ବ୍ୟକ୍ତି ଭାବରେ ପରିଚିତ କରୁଥିବା ନାନାଙ୍କର ଏପରି ଆଚରଣ ଫ୍ୟାନ୍ସଙ୍କୁ ବିଚଳିତ କରିଛି । ଏବେ ଲୋକମାନେ କହୁଛନ୍ତି ନାନା ଜଣେ ଭଲ ମଣିଷ ବୋଲି କେବଳ ବାହାରକୁ ଅଭିନୟ କରିଥାନ୍ତି କିନ୍ତୁ ତାଙ୍କର ପ୍ରକୃତ ଚରିତ୍ର ହିଁ ଏହା ଅଟେ । ଏହା ପୂର୍ବରୁ ବି ନାନା ପାଟେକର ବହୁ ବିବାଦରେ ଫସି ରହିଛନ୍ତି ।

Get real time updates directly on you device, subscribe now.